ଶ୍ରୀନଗର: ପାଲେଷ୍ଟାଇନର ଗାଜା ଅଞ୍ଚଳରେ ଚାଲିଥିବା ଇସ୍ରାଏଲ ଆକ୍ରମଣ ପ୍ରତିବାଦରେ ଜାମ୍ମୁ କାଶ୍ମୀରର ବିଭିନ୍ନ ଭାଗରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୋଭିଡ ମହାମାରୀ ପରିପ୍ରେକ୍ଷୀରେ ତାଲାବନ୍ଦ କଟକଣା ଲାଗୁ ହୋଇଥିଲେ ମଧ୍ୟ କାଶ୍ମୀର ଉପତ୍ୟକାର ବିିଭିନ୍ନ ସ୍ଥାନରେ ଲୋକମାନେ ବାହାରକୁ ଆସି ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେବା ସହିତ ଇସ୍ରାଏଲ ଜାତୀୟ ପତାକା ପୋଡିଥିଲେ। ସ୍ଥାନୀୟ ଜଣେ କଳାକାର ଜଣେ ପାଲେଷ୍ଟିନୀୟ ମହିଳାଙ୍କ ମୁହଁର ଚିତ୍ର ଆଙ୍କି ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଜାମ୍ମୁ କାଶ୍ମୀର ପୁଲିସ ତାଙ୍କ ୨୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଥିବା ଜଣାଯାଇଛି। ତେବେ ସଂପ୍ରତି ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବାରୁ ଜନସାଧାରଣ ନିଜ ଘର ଭିତରେ ରହିବା ଏବଂ ଶାନ୍ତି ବଜାୟ ରଖିବାକୁ ପୁଲିସ ପକ୍ଷରୁ କୁହାଯାଇଛି।
Popular Categories



