www.samajalive.in
Saturday, December 6, 2025
16.1 C
Bhubaneswar

ଫେରିଲା କେରଳୀ ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ: ପାଲେଷ୍ଟାଇନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ପ୍ରାଣ ହରାଇଥିବା କେରଳୀ ମହିଳା ସୌମ୍ୟା ସନ୍ତୋଷୀଙ୍କ ମୃତଦେହ ଶନିବାର ଭାରତରେ ପହଞ୍ଚିଛି। କେରଳ ଇଡୁକି ଜିଲାର ବାସିନ୍ଦା ସୌମ୍ୟା (୩୦) ଇସ୍ରାଏଲରେ ଘରୋଇ ସହାୟକ ଭାବେ ଦୀର୍ଘ ୭ବର୍ଷ ହେଲା କାର୍ଯ୍ୟ କରିଆସୁଥିଲେ। ସେ ଇସ୍ରାଏଲର ଆସକେଲୋନ ସହରରେ ରହୁଥିଲେ। ଗତ ମଙ୍ଗଳବାର ଇସ୍ରାଏଲ ଉପରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ୍ ପକ୍ଷରୁ ହୋଇଥିବା କ୍ଷେପଣାସ୍ତ୍ର ମାଡରେ ସୌମ୍ୟାଙ୍କର ମୃତ୍ୟୁ ହୋଇଥିଲା।

ଶନିବାର ସ୍ବତନ୍ତ୍ର ବିମାନ ଯୋଗେ ସୌମ୍ୟାଙ୍କ ମୃତଦେହ ଦିଲ୍ଲୀରେ ପହଞ୍ଚିଥିଲା। ବୈଦେଶିକ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଓ ଇସ୍ରାଏଲ ଉପ ରାଷ୍ଟ୍ରଦୂତ ରୋନି ୟେଡିଡା କ୍ଲେନ ମୃତଦେହକୁ ଗ୍ରହଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୌମ୍ୟାଙ୍କର ସ୍ବାମୀ ଓ ୯ବର୍ଷର ଏକ ପୁଅ ଅଛନ୍ତି। ଇସ୍ରାଏଲ ସରକାର ସୌମ୍ୟାଙ୍କ ପରିବାରର ଦୟିତ୍ବ ନେବାକୁ ଘୋଷଣା କରିଛନ୍ତି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories