www.samajalive.in
Friday, December 5, 2025
20.1 C
Bhubaneswar

ଜାମ୍ମୁ କାଶ୍ମୀରରେ ସେନାମୁଖ୍ୟ; ନିୟନ୍ତ୍ରଣ ରେଖାରେ ସ୍ଥିତି ପରଖିବେ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅସ୍ତ୍ରବିରତି ରାଜିନାମା ୧୦୦ ଦିନ ପୂରଣ ହୋଇଥିବାବେଳେ ସେଠାରେ ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ। ବୁଧବାର ଦିନ ଜେନେରାଲ ନରବାଣେ ଶ୍ରୀନଗରରେ ପହଞ୍ଚିଛନ୍ତି। ଏହି ଦୁଇ ଦିନିଆ ଗସ୍ତକାଳରେ ସେ ନିୟନ୍ତ୍ରଣ ରେଖାର ବିଭିନ୍ନ ଅଞ୍ଚଳ ଗସ୍ତକରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାଯାଇଛି। ଶ୍ରୀନଗରରେ ପହଞ୍ଚିବା ପରେ ଏଠାରେ ସେ ୧୫ କର୍ପସ କମାଣ୍ଡରମାନଙ୍କ ବୈଠକରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ୧୫ କର୍ପସ କମାଣ୍ଡ ଆତଙ୍କବାଦ ମୁକାବିଲା ଏବଂ ଉପତ୍ୟକାରେ ଅନୁପ୍ରବେଶ ରୋକିବା ଅଭିଯାନରେ ନିୟୋଜିତ ରହିଛି। ଜେନେରାଲ ନରବାଣେ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବା ସହିତ ଆତଙ୍କବାଦୀଙ୍କର ସମ୍ଭାବ୍ୟ ଅନୁପ୍ରବେଶ ଉଦ୍ୟମ ପ୍ରତିହତ କରିବା ଦିଗରେ ସେନାର ପ୍ରସ୍ତୁତିକୁ ମଧ୍ୟ ନିରୀକ୍ଷଣ କରିବା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ର ବିରତି ରାଜିନାମା କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories