www.samajalive.in
Friday, December 5, 2025
17.1 C
Bhubaneswar

ସ୍ୱିଜରଲାଣ୍ଡ ପରିବର୍ତ୍ତେ ପହଞ୍ଚିଲେ ପାକିସ୍ତାନରେ

ହାଇଦରାବାଦ: ବ୍ୟକ୍ତିଗତ କାରଣ ପାଇଁ ସ୍ୱିଜରଲାଣ୍ଡ ଯିବାକୁ ବାହାରିଥିଲେ। କିନ୍ତୁ ପାଖରେ ସେତିକି ସମ୍ବଳ ନଥିଲା। ଚାଲିଚାଲି ସ୍ୱିଜରଲାଣ୍ଡ ଅଭିମୁଖେ ବାହାରିଲେ। କିନ୍ତୁ ପହଞ୍ଚିଗଲେ ପାକିସ୍ତାନ ଭିତରେ ଆଉ ଧରାପଡିଲେ ସୁରକ୍ଷା ବାହିନୀ ହାତରେ। ଚାରିବର୍ଷ ଅଟକି ରହିଲେ ପାକିସ୍ତାନ କାରାଗାରରେ। ଶେଷରେ ଭାରତ ସରକାରଙ୍କ ଉଦ୍ୟମରେ ଫେରିଛନ୍ତି ସ୍ୱଦେଶ, ନିଜ ଘରକୁ।
ଏହିଭଳି ଏକ ଘଟଣା ଘଟିଛି ତେଲେଙ୍ଗାନାରେ। ପ୍ରଶାନ୍ତ ନାମକ ଜଣେ ଆଇଟି କର୍ମଚାରୀ ୨୦୧୭ ଏପ୍ରିଲ ୧୧ ତାରିଖରୁ ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ସଦସ୍ୟ ତାଙ୍କ ନିଖୋଜ ସମ୍ପର୍କରେ ପୁଲିସରେ ଅଭିଯୋଗ ଦାଖଲ କଲେ। ପୁଲିସ ତାଙ୍କୁ ଠାବ କରିବାକୁ ବହୁ ଉଦ୍ୟମ କଲା। ପରେ ପ୍ରଶାନ୍ତଙ୍କ ପରିବାର ସଦସ୍ୟ ଖବର ପାଇଲେ ଯେ ସେ ପାକିସ୍ତାନ ସୁରକ୍ଷା ବାହିନୀ ଦ୍ୱାରା ଅଟକ ଅଛନ୍ତି। ସଙ୍ଗେସଙ୍ଗେ ପରିବାର ଲୋକମାନେ ଏ ସମ୍ପର୍କରେ ହାଇଦରାବାଦର ସାଇବରାବାଦ ପୁଲିସ, ତେଲେଙ୍ଗାନା ସରକାର ଏବଂ ଭାରତ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଇଲେ। ଏହାପରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ନିଖୋଜ ପ୍ରଶାନ୍ତଙ୍କ ସମ୍ପର୍କରେ ଅବଗତ କରାଯାଇ ତାଙ୍କୁ ପାକିସ୍ତାନରୁ ଆଣିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଥିଲା। ଶେଷରେ ଗତ ମଇ ୩୧ ତାରିଖରେ ପାକିସ୍ତାନ କର୍ତ୍ତୃପକ୍ଷ ତାଙ୍କୁ ମୁକ୍ତ କରିବା ସହିତ ପଞ୍ଜାବର ଅଟ୍ଟାରିସ୍ଥିତ ମାଧପୁର ଥାନାର ଇନ୍ସପେକ୍ଟର ପି ରବିନ୍ଦ୍ରପ୍ରସାଦଙ୍କୁ ହସ୍ତାନ୍ତର କରିଥବଲେ। ପ୍ରଶାନ୍ତଙ୍କୁ ଫେରିପାଇ ତାଙ୍କ ପରିବାରବର୍ଗଙ୍କ ଖୁସି କହିଲେ ନସରେ। ସେମାନେ ରାଜ୍ୟ, କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପରିବାର ଲୋକଙ୍କ ସୂତ୍ରରୁ ଜଣାଯାଇଛି ଯେ ପ୍ରଶାନ୍ତ ସ୍ୱିଜରଲାଣ୍ଡ ଯିବାକୁ ପାଦରେ ଚାଲିଚାଲି ବାହାରି ଯାଇଥିଲେ। ସେ ୨୦୧୭ ଏପ୍ରିଲ ୧୧ରେ ଘରୁ ବାହାରି ବିକାନିରକୁ ଟ୍ରେନ ଯୋଗେ ଯାତ୍ରା କରିଥିଲେ। ସେଠାରୁ ଭାରତ-ପାକିସ୍ତାନ ସୀମାନ୍ତକୁ ଯାଇ ସେ ତାରବାଡ ଡେଇଁ ପାକିସ୍ତାନରେ ପ୍ରବେଶ କରିଥିଲେ। ତାହାପରେ ପାକିସ୍ତାନ ମଧ୍ୟରେ ଚାଲିଚାଲି ଯାଉଥିବାବେଳେ ତାଙ୍କୁ ପାକିସ୍ତାନର ସୁରକ୍ଷା ବାହିନୀ ଧରି ତାଙ୍କ ବିରୁଦ୍ଧରେ ଅନଧିକାର ପ୍ରବେଶ ଅଭିଯୋଗ ଆଣିଥିଲେ। ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା। ଜେଲରେ ସେ ଚାରିବର୍ଷ ରହିବା ପରେ ତାଙ୍କୁ ଶେଷରେ ମୁକ୍ତ କରାଯାଇଥିଲା। ପ୍ରଶାନ୍ତଙ୍କୁ ଗତକାଲି ଅର୍ଥାନ ଜୁନ ପହିଲାରେ ହାଇଦରାବାଦ ଅଣାଯାଇ ପରିବାର ଲୋକଙ୍କ ଜିମା ଦିଆଯାଇଛି। ପ୍ରଶାନ୍ତ କହିଥିଲେ ପାକିସ୍ତାନ ଜେଲରେ ଭାରତର ବିଭିନ୍ନ ପ୍ରଦେଶରୁ ଅନେକ ଲୋକ ବନ୍ଦୀ ଅଛନ୍ତି। ସେମାନେ ଗୋଇନ୍ଦାଗିରି କରୁନଥିଲେ, କିନ୍ତୁ ସେଠାରେ ବନ୍ଦୀ ରହିଛନ୍ତି। ସେମାନେ କେବେ ଫେରିବେ ତାହା ଜଣାନାହିଁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories