www.samajalive.in
Saturday, December 6, 2025
14.1 C
Bhubaneswar

ଅମାନିଆଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ

ଦେଓଗାଁ : କରୋନା ମହାମାରୀ ସମୟରେ ତାଲାବନ୍ଦ ଓ ସପ୍ତାହନ୍ତ ବନ୍ଦ କରାଯାଉଛି। ତାଲାବନ୍ଦ ସମୟରେ କେତେ ଘଣ୍ଟା ସମୟ କୋହଳ କରାଯାଇଛି। ତେବେ ଅମାନିଆମାନେ ଅଯଥାରେ ଗହଳି କରୁଥିବାରୁ ସେମାନଙ୍କୁ ଜବତ କରିବା ପାଇଁ ଦେଓଗାଁ ତହସିଲ ଓ ଦେଓଗାଁ ପୁଲିସ ପକ୍ଷରୁ ଜରିମାନା ଆଦାୟ କରାଯାଇଥିଲା ।
ତହସିଲ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଜାତୀୟ ରାଜପଥ ଓ ରାସ୍ତାରେ ବେଆଇନ ଭାବେ ଯିବା ଆସିବା କରୁଥିବା ସହ କୋଭିଡ ଆଇନକୁ ପାଳନ କରୁ ନଥିବା ୫୭୪ ଜଣ ବ୍ୟକ୍ତିଙ୍କଠାରୁ ୨ଲକ୍ଷ ୩୬ହଜାର ୮ଶହ ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି। ଦେଓଗାଁ ତହସିଲର ବିଭିନ୍ନ ସ୍ଥାନରେ ଦେଓଗାଁ ପୁଲିସ ସହଯୋଗରେ ଏହି ଚଢଉ ଓ ଜରିମାନା କରାଯାଇଥିବା ତହସିଲଦାର ଚନ୍ଦ୍ରମଣି ନାଗ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories