www.samajalive.in
Friday, December 5, 2025
27.1 C
Bhubaneswar

ତୋଶାଖାନା ମାମଲାରେ ଇମ୍ରାନ ଖାନ୍‌ ଓ ପତ୍ନୀଙ୍କୁ ୧୪ ବର୍ଷ ଜେଲ୍‌, ୭୮ କୋଟି ଲେଖାଏଁ ଜରିମାନା

ଇସଲାମାବାଦ: ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି। ତୋଶାଖାନା ମାମଲାରେ ପାକିସ୍ତାନର ଏକ ଅଦାଲତ ତାଙ୍କୁ ୧୪ ବର୍ଷ ​‌ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଇମ୍ରାନଙ୍କ ସହ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ମଧ୍ୟ ୧୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସିଙ୍କୁ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ୧୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ହୋଇଛି। ଆଉ ଏବେ ତୋଶାଖାନା ମାମଲାରେ ଦଣ୍ଡ ପାଇବା ପରେ ଇମ୍ରାନଙ୍କ ସମସ୍ୟା ଆହୁରି ବଢିଯାଇଛି।

ତୋଶାଖାନା ମାମଲାରେ ରାୱଲପିଣ୍ଡିର ଅଦିଆଲା ଜେଲରେ ଥିବା ଇମ୍ରାନ ଖାନଙ୍କ ଦଣ୍ଡ ଶୁଣାଣି କରିବାକୁ କୋର୍ଟର ବିଚାରପତି ମହମ୍ମଦ ବଶୀର ନିଜେ ପହଞ୍ଚିଥିଲେ। ରାୟ ଅନୁଯାୟୀ, ଇମ୍ରାନ ଖାନ ଏବଂ ବୁଶ୍ରା ବିବିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ସରକାରୀ ପଦବୀରେ ରହିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ଇମ୍ରାନ ଓ ବୁଶ୍ରାଙ୍କ ଉପରେ ୭୮-୭୮ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ବୁଶ୍ରା କୋର୍ଟରେ ହାଜର ହୋଇନଥିଲେ।

- Advertisement -

ସୂଚନାଯୋଗ୍ୟ, ତୋଶାଖାନା(ରାଜ୍ୟ ଭଣ୍ଡାର) ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ବିଦେଶୀ ନେତାମାନଙ୍କଠାରୁ ପ୍ରାପ୍ତ ଉପହାରଗୁଡ଼ିକ ତୋଶାଖାନାରେ ରଖାଯାଏ। ତୋସାଖାନା ନିୟମ ଅନୁଯାୟୀ, ସରକାରୀ ଅଧିକାରୀ ମୂଲ୍ୟ ଦେବା ପରେ ହିଁ ଉପହାରଗୁଡ଼ିକୁ ନିଜ ପାଖରେ ରଖିପାରିବେ। ଉପହାର ପ୍ରଥମେ ତୋଶାଖାନାରେ ଜମା ହେବା ଜରୁରୀ। ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେମାନେ ନିଜ କ୍ଷମତା ବ୍ୟବହାର କରି ଉପହାରଗୁଡ଼ିକୁ କମ୍ ମୂଲ୍ୟରେ ନିଜ ପାଖରେ ରଖିଥିଲେ।

 

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories