www.samajalive.in
Saturday, December 13, 2025
26.1 C
Bhubaneswar

ମାଳଦ୍ବୀପର ଇଣ୍ଡିଆ ଆଉଟ୍ ଅଭିଯାନକୁ ନେଇ କହିଲେ ଜୟଶଙ୍କର-କେହି ବର୍ତ୍ତିପାରିବେନି

ନୂଆଦିଲ୍ଲୀ: ଆରବସାରଗରେ  ପୁଣି ଦମ ଦେଖାଇଛି ଭାରତୀୟ ସେନା ।  ଗଭୀର ସମୁଦ୍ର ରାଶିରେ ଶକ୍ତି ପ୍ରଦର୍ଶନ କରିଛି ଆଇଏନଏସ ସୁମିତ୍ରା । ଜଳଦସ୍ୟୁମାନେ ଇରାନ ପତାକା ଲାଗିଥିବା ଜାହାଜ ଓ ସେଥିରେ ଥିବା କ୍ର୍ୟୁ ମେମ୍ବରଙ୍କୁ ଅପହରଣ କରି ବନ୍ଦୀ କରି ରଖିଥିଲେ । ସୂଚନା ପାଇବା ମାତ୍ରକେ ଭାରତୀୟ ନୌସେନା ନିଜର ଯୁଦ୍ଧ ଜାହାଜ ଆଇଏନଏସ୍ ସୁମିତ୍ରାକୁ ପଠାଇ ସମସ୍ତଙ୍କୁ ସୁରକ୍ଷିତ ବାହାର କରିଥିଲେ । କେରଳ କୋଚି ଉପକୂଳର ୮୫୦ ମାଇଲ ଦୂର ଆରବ ସାଗରରେ ଏହି ଘଟଣା ଘଟିଛି। ତେବେ ଏହାକୁ ନେଇ ମାଳଦ୍ବୀପରେ ଚାଲିଥିବା ଇଣ୍ଡିଆ ଆଉଟ୍ ଅଭିଯାନରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ପଡୋଶୀ ଦେଶମାନେ ପରସ୍ପରକୁ ଆବଶ୍ୟକ କରନ୍ତି ।  ଇତିହାସ ଏବଂ ଭୂଗୋଳ ଅତ୍ୟନ୍ତ ଶକ୍ତିଶାଳୀ ଶକ୍ତି। ଏଥିରୁ କେହି ରକ୍ଷା ପାଇପାରିବେ ନାହିଁ। ଭାରତର ଅଧିକ କ୍ଷମତା ,  ଆଗ୍ରହ ଏବଂ ପ୍ରତିଷ୍ଠା ଆଜି ଗ୍ୟାରେଣ୍ଟି ଦେଇଛି ଯେ , ଏହା କଷ୍ଟସାଧ୍ୟ ପରିସ୍ଥିତିରେ ସାହାଯ୍ୟ କରିବ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ମୁମ୍ବାଇରେ ହୋଇଥିବା ଏକ  ଆଲୋଚନା ସମୟରେ ଏକ ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି ଯେ ଭାରତୀୟ ନୌସେନା ଏହାର ୧୦ଟି ଜାହାଜକୁ ଏହି ଅଞ୍ଚଳରେ ନିୟୋଜିତ କରିଛି। ଆହୁରି ମଧ୍ୟ ସେ ​‌କହିଛନ୍ତି ଯଦି ଆମ ପଡୋଶୀ ଦେଶରେ କୌଣସି ଖରାପ ଘଟଣା ଘଟୁଛି । ତେବେ ଆମକୁ ଏକ ଦାୟିତ୍ବବାନ୍ ଦେଶ ଭାବରେ ବିବେଚନା କରାଯିବ ନାହିଁ।  ପଡୋଶୀ ଦେଶମାନେ ପରସ୍ପରକୁ ଆବଶ୍ୟକ କରନ୍ତି ।  ଇତିହାସ ଏବଂ ଭୂଗୋଳ ଅତ୍ୟନ୍ତ ଶକ୍ତିଶାଳୀ ଶକ୍ତି। ଏଥିରୁ କେହି ରକ୍ଷା ପାଇପାରିବେ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories