ପାକିସ୍ତାନରେ ପେଟ୍ରୋଲ ୨୧୦ ଟଙ୍କା

ଇସଲାମାବାଦ: ପାକିସ୍ତାନରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଏବେ ସାଧାରଣ ଲୋକଙ୍କ ପହଞ୍ଚ ବାହାରେ। ଗତ ସପ୍ତାହକ ମଧ୍ୟରେ ଦେଶରେ ପେଟ୍ରୋଲ ଲିଟର ୬୦ ଟଙ୍କା ବୃଦ୍ଧିପାଇ ୨୦୯ ଟଙ୍କା ୯୬ ପଇସା ରେକର୍ଡ ସ୍ତରରେ ପହଞ୍ଚିଛି। ଅଧିକାଂଶ ବ୍ୟବସାୟୀଙ୍କ ପକ୍ଷରୁ ମନଇଛା ଦର ବୃଦ୍ଧି କରାଯାଉଥିବାରୁ ଦେଶରେ ପେଟ୍ରୋଲ, ଡିଜେଲ ଓ କିରୋସିନ ଦର ଆକାଶଛୁଆଁ ହୋଇଛି। ଏହା ତାହାର ଅଧିକାଂଶ ଆବଶ୍ୟକ ସାମଗ୍ରୀ ଆମଦାନୀ କରୁଥିବାରୁ ପେଟ୍ରୋଲ, ଡିଜେଲର ଦର ଅନ୍ୟ ସାମଗ୍ରୀଗୁଡିକର ଦର ନିର୍ଦ୍ଧାରଣ କରିଥାଏ। ପେଟ୍ରୋଲ, ଡିଜେଲ ଦର ମାତ୍ରାଧିକ ବୃଦ୍ଧିପାଇବା ପରେ ବ୍ୟବସାୟୀମାନେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ମନଇଛା ପ୍ରତିଦିନ ବୃଦ୍ଧି କରିବାରେ ଲାଗିଛନ୍ତି। ଏଥିସହିତ ଦେଶରେ ପରିବହନ ଭଡା ମଧ୍ୟ ଚିନ୍ତାଜନକ ସ୍ତରରେ ପହଞ୍ଚିଛି।

prayash

ଦେଶରେ ଏବେ ଡିଜେଲ ଲିଟର ୨୦୪ ଟଙ୍କା ୧୫ ପଇସା ଏବଂ କିରୋସିନ ଲିଟର ୧୮୧ ଟଙ୍କା ୯୪ ପଇସାରେ ବିକ୍ରି ହେଉଛି। ଏହାକୁ ନେଇ ଦେଶର ସାଧାରଣ ନାଗରିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଭଳି ଦରଦାମ ବୃଦ୍ଧିର ସାମ୍ନା କରିବାକୁ ପାକିସ୍ତାନ ସରକାରୀ କର୍ମଚାରୀ ସେମାନଙ୍କ ବେତନ ବୃଦ୍ଧି ଦାବିରେ ହରତାଳ କରିବାକୁ ଘୋଷଣା କରିଛନ୍ତି।

kalyan agarbati

Comments are closed.