www.samajalive.in
Monday, December 15, 2025
24.1 C
Bhubaneswar

ସାବଧାନ! ସାଇବର ଆଟାକ୍‍ କରୁଛି ପାକିସ୍ତାନ

ସମାଜ ଡିଜିଟାଲ ଡେସ୍କ: ସୀମାରେ ଭାରତଠାରୁ କଡା ଜବାବ ପାଇବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ମିସାଇଲ ଆକ୍ରମଣକୁ କଡା ଜବାବ ଦେଇଥିବାରୁ ପାକିସ୍ତାନର ଅବସ୍ଥା ଶୌଚନୀୟ ହୋଇପଡିଛି । ସବୁ କ୍ଷେତ୍ରରୁ ଭାରତ ଉପରେ ଆକ୍ରମଣ କରିବାରେ ବିଫଳ ହେଉଥିବାରୁ ଏବେ ସାଇବର ଆଟାକର ଉପାୟ ଆପଣାଇଛି ପାକିସ୍ତାନ । ଗୋଇନ୍ଦା ବିଭାଗର ସୂଚନା ଆଧାରରେ ଲୋକମାନଙ୍କୁ ସାବଧାନ ରହିବାକୁ କୁହାଯାଇଛି । କୌଣସି ଅଜଣା ଲିଙ୍କ୍‍ କିମ୍ବା ଫାଇଲ ଏବଂ ଅଜଣା ଫଟୋରେ କ୍ଲିକ୍‍ ନକରିବାକୁ ଭାରତରେ ଇଣ୍ଟରନେଟ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଇଛି । ହ୍ୱାଟ୍ସଆପ୍‍, ଫେସବୁକ୍‍, ଟେଲିଗ୍ରାମ୍‍ ଏବଂ ଇ-ମେଲ ଭଳି ସୋସିଆଲ ପ୍ଲାଟଫର୍ମ ଗୁଡିକରେ ସାଇବର ଆଟାକ ହେବାର ସମ୍ଭାବନା ଅଧିକ ରହିଛି । ଶତ୍ରୁରାଷ୍ଟ୍ର ସର୍ବଦା ଭାରତୀୟ ୟୁଜର୍ସଙ୍କୁ ହ୍ୟାକ୍‍ କରି କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିଥାନ୍ତି । ଖାସକରି ଯୁଦ୍ଧ ସମୟରେ ହ୍ୟାକର୍ସ ଅଧିକ ଆକ୍ଟିଭ ରହିଥିବା ଦେଖିବାକୁ ମିଳେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories