www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ପାକିସ୍ତାନରେ ଏ କି ଅବସ୍ଥା, ମଲ୍‌ ଭିତରେ ପଶି ସବୁ କିଛି ଲୁଟି ନେଲେ, ମୁଣ୍ଡରେ ହାତ ଦେଲେ ମାଲିକ..

ଇସଲାମାବାଦ : ପାକିସ୍ତାନରେ ଦରଦାମ୍‌ ବୃଦ୍ଧି ପାଇଁ ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି । କୁହାଯାଉଛି ଏହା ଏଭଳି ଏକ ଦେଶ ଯେଉଁଠାରେ କୌଣସି ନିବେଶ ସୁରକ୍ଷିତ ନୁହେଁ । ଏହାର ଏକ ପ୍ରମାଣ କରାଚିରେ ନିକଟରେ ଘଟିଥିବା ଏକ ଘଟଣା ।
ମିଳିଥିବା ସୂଚନାନୁସାରେ, କରାଚିର ଗୁଲିସ୍ତାନ-ଏ-ଜୌହର ଅଞ୍ଚଳରେ ବିଦେଶରେ ରହୁଥିବା ଜଣେ ପାକିସ୍ତାନୀ ବ୍ୟବସାୟୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆକର୍ଷଣୀୟ ସପିଙ୍ଗ୍‌ ମଲ୍‌ ତିଆରି କରିଥିଲେ । ମାତ୍ର ଉଦଘାଟନ ଦିନ ପହଞ୍ଚିଥିବା ଭିଡ ସପିଙ୍ଗ୍‌ ମଲରେ ଥିବା ଦୋକାନ ଗୁଡିକୁ ଲୁଟି ସମ୍ପୂର୍ଣ୍ଣ ଖାଲି କରି ଦେଇଥିଲେ । ପରିସ୍ଥିତି ଏଭଳି ଶୋଚନୀୟ ହୋଇ ପଡିଥିଲା ଯେ, ପୁଲିସ ଘଟଣାସ୍ଥଳରେ ବାଉଁଶ ବାଡି ଲଗାଇ ଭିଡକୁ ନିୟନ୍ତ୍ରଣ କରିଥିଲା।

ବାସ୍ତୁ : ଜାଣନ୍ତୁ, କାହିଁକି ରୋଷେଇ ଘରେ ଲୁଚାଇ ରଖିବେ ତାୱା, ନଚେତ୍‌..


ରିପୋର୍ଟ ଅନୁଯାୟୀ, ମଲ୍‌ ଉଦଘାଟନ ଦିନ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଅଫର୍‌ ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଅନେକ ସଂଖ୍ୟାରେ ଲୋକେ କମ୍‌ ଦାମରେ ଜିନିଷ ନେବା ପାଇଁ ମଲରେ ପହଞ୍ଚି ଥିଲେ । ଭିଡ ନିୟନ୍ତ୍ରଣ ବାହାରେ ହେବା ପରେ ସୁରକ୍ଷାକର୍ମୀ ମଲ କବାଟ ବନ୍ଦ କରି ଦେଇଥିଲେ । ଏହାପରେ ଲୋକେ ଉତ୍ତ୍ୟକ୍ତ ହୋଇ ଠେଙ୍ଗା, ବାଡି ଦ୍ୱାରା କାଚକୁ ଭାଙ୍ଗି ଭିତରେ ପ୍ରବେଶ କରି ସବୁ ଜିନିଷ ଲୁଟ୍‌ କରି ଥିଲେ । ଏହାପରେ ପୁଲିସ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିଥିଲା।

ପୁଣି ଗଧିଆ ଆତଙ୍କ; ଦେଖନ୍ତୁ ଭିଡିଓ, ମାଆ କୋଳରୁ ୨ ବର୍ଷ ଶିଶୁକୁ ଟାଣି ନେଲା ଗଧିଆ, ଏଯାଏଁ ନେଇଛି ୧୦ ଜଣଙ୍କ ଜୀବନ ..

- Advertisement -

ପୁଣି ଗଧିଆ ଆତଙ୍କ; ଦେଖନ୍ତୁ ଭିଡିଓ, ମାଆ କୋଳରୁ ୨ ବର୍ଷ ଶିଶୁକୁ ଟାଣି ନେଲା ଗଧିଆ, ଏଯାଏଁ ନେଇଛି ୧୦ ଜଣଙ୍କ ଜୀବନ ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories