www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି ଗଧିଆ ଆତଙ୍କ; ଦେଖନ୍ତୁ ଭିଡିଓ, ମାଆ କୋଳରୁ ୨ ବର୍ଷ ଶିଶୁକୁ ଟାଣି ନେଲା ଗଧିଆ, ଏଯାଏଁ ନେଇଛି ୧୦ ଜଣଙ୍କ ଜୀବନ ..

ବାହରାଇଚ : ହରଦୀ ଥାନା କ୍ଷେତ୍ର ଅଞ୍ଚଳରେ ପୁଣି ଥରେ ଆତଙ୍କ ଖେଳାଇଛି ଗଧିଆ । ରବିବାର ବିଳମ୍ବିତ ରାତିରେ ଏକ ୨ ବର୍ଷ ଶିଶୁର ଶିକାର କରିଥିବା ବେଳେ ଜଣେ ମହିଳାଙ୍କୁ ଗୁରୁତର ଆହତ କରିଛି । ଗାଁରେ ଘରେ ନିଜ ମାଆ ନିକଟରେ ଶୋଇଥିବା ୨ ବର୍ଷ ଶିଶୁ କନ୍ୟା ଉପରେ ଗଧିଆ ଆକ୍ରମଣ କରିଥିଲା। ମାଆ ନିକଟରେ ଶୋଇଥିବା ଅଞ୍ଜଳୀ ଉପରେ ଆକ୍ରମଣ କରି ସେଠାରୁ ଘୋଷାଡି ନେଇ ପଳାଇଥିଲା । ଏହି ସମୟରେ ଅଞ୍ଜଳୀ ମାଆ ଖୁବ୍‌ ଜୋରରେ ପାଟି କରିଥିଲେ। ଗଧିଆ ପଛେ ପଛେ ଧାଇଁ ଥିଲେ । ମାତ୍ର ଅନ୍ଧାରରେ ଗଧିଆ ପଳାଇଥିଲା। ଚିତ୍କାର ଶୁଣି ଲୋକେ ଏକାଠି ହୋଇ ଯାଇଥିଲେ । ଖବର ପାଇ ବନ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନ କ୍ୟାମେରା ଦ୍ୱାରା ଖୋଜାଖୋଜି ଆରମ୍ଭ କରିଥିଲା । ଗାଁ ଠାରୁ କିଛି ଦୂରରେ ଶିଶୁ କନ୍ୟାର ମୃତଦେହ ମିଳିଥିଲା । ମୃତଦେହ ଦେଖି ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗାଁ ଲୋକେ ଏକାଠି ହୋଇ ଯାଇଥିଲେ।

ଦେଖନ୍ତୁ ଭିଡିଓ ; ବଜାରରେ ମିଳୁଛି ବ୍ଲାକ୍‌ କୋବ୍ରା ମୋମୋ..

- Advertisement -


ଗଧିଆ ହରଦୀ କ୍ଷେତ୍ରର ଗ୍ରାମ ପଞ୍ଚାୟତ କୋଟିଆର ମଜରା ବାରାବିଗହା ନିବାସୀ କମଳା (୬୦)ଙ୍କ ଉପରେ ମଧ୍ୟ ଆକ୍ରମଣ କରିଛି । ମହିଳା ଜଣକ ଅଗଣାରେ ଶୋଇଥିବା ସମୟରେ ଗଧିଆ ତାଙ୍କୁ ଆକ୍ରମଣ କରିଥିଲା । ମହିଳାଙ୍କ ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ନିକଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପରେ ଅନ୍ୟ ହସ୍ପିଟାଲକୁ ନେଇଥିଲେ । ମହିଳା ଗୁରୁତର ଥିବା ଜଣାପଡିଛି ।
ଶନିବାର ରାତିରେ ମଧ୍ୟ ହରଦୀ ଥାନା ଅଞ୍ଚଳରେ ଗଧିଆ ଆକ୍ରମଣ କରିଥିଲା । ରାତିରେ ମାଆ ପାଖରେ ଶୋଇଥିବା ଏକ ୭ ବର୍ଷ ଶିଶୁ ଉପରେ ଆକ୍ରମଣ କରିଥିଲା । ଶିଶୁକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟ ଜଣଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା । ଆକ୍ରମଣ ବିଷୟରେ ଖବର ପାଇ ଡିଏଫଓ, ଏସଡିଏମ ସମେତ ବନ କର୍ମଚାରୀ ଅଞ୍ଚଳରେ ପହଞ୍ଚିଥିଲେ । ଗଧିଆ ଏଯାଏଁ ୧୦ ଜଣଙ୍କ ଜୀବନ ନେଇଥିବା ବେଳେ ୩୧ ଜଣଙ୍କୁ ଗୁରୁତର ଆହତ କରିଛି ।

 

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories