www.samajalive.in
Saturday, December 6, 2025
19.1 C
Bhubaneswar

ଅଭିନେତ୍ରୀ ତଥା ନୃତ୍ୟ ନିର୍ଦ୍ଦେଶିକାଙ୍କୁ ନିର୍ମମ ହତ୍ୟା; ଇଣ୍ଡଷ୍ଟ୍ରୀରେ ହଇଚଇ

ସମାଜ ଡିଜିଟାଲ ଡେସ୍କ: ସେ ଖୁବ ସୁନ୍ଦର ସହ ଜଣେ ସଫଳ ଅଭିନେତ୍ରୀ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶିକା ଭାବେ କାମ କରୁଥିଲେ। ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବା ସହ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ହେଲେ ଅଚନାକ ବନ୍ଦ କୋଠରୀରୁ ତାଙ୍କ ମୃତଦେହ ଠାବ ହୋଇଛି। ଅଭିନେତ୍ରୀଙ୍କୁ ଏକ ଚୌକିରେ ବାନ୍ଧି ଅତ୍ୟାଚାର କରିବା ସହ ନିର୍ମମ ଭାବେ ହତ୍ୟା କରାଯାଇଛି। ଏ ଘଟଣା ହେଉଛି ନୃତ୍ୟ ନିର୍ଦ୍ଦେଶିକା ନଭ୍ୟାଶ୍ରୀଙ୍କର। ଯାହାଙ୍କୁ କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ କୌଣସି ବାହାର ଲୋକଙ୍କ ସଂପୃକ୍ତି ନାହିଁ ବରଂ ନଭ୍ୟାଙ୍କ ସ୍ୱାମୀ ୨୫ବର୍ଷୀୟ କିରଣଙ୍କ ସଂପୃକ୍ତି ଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ଘଟଣା ଘଟିଛି କେଙ୍ଗ୍ରିର ବିଶ୍ୱଭାରାୟା ଲେଆଉଟ ଅଞ୍ଚଳରେ।
ମିଳିଥିବା ସୂଚନା ଅନୁସାରେ ନଭ୍ୟାଙ୍କ ସ୍ୱାମୀ କିରଣ ତାଙ୍କୁ ଦୀର୍ଘ ଦିନ ଧରି ଏକ ଚୌକିରେ ବାନ୍ଧି ରଖିବା ସହ ଅକଥନୀୟ ନିର୍ଯ୍ୟାତନ ଦେବା ପରେ ଶେଷରେ ହତ୍ୟା କରିବାକୁ ପଛେଇ ନଥିଲେ। ଥିରଥାହାଲ୍ଲିରେ ରହୁଥିବା ଏହି ଦମ୍ପତ୍ତି ୩ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ବାହାଘରର କିଛି ଦିନ ପରେ ଉଭୟଙ୍କ ଭିତରେ ମତାନ୍ତର ଆରମ୍ଭ ହୋଇଥିଲା। ଦୁଇ ଜଣଙ୍କ ଭିତରେ ସର୍ବଦା ମନମାଳିନ୍ୟ ଲାଗି ରହିବା ସହ ସ୍ୱାମୀ କିରଣ ନଭ୍ୟାଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ପତ୍ନୀଙ୍କ ସଫଳତା ଦେଖିପାରିନଥିଲେ ସ୍ୱାମୀ କରଣ। ପାରିବାରିକ ଜୀବନରେ ସନ୍ଦେହ ଯୋଗୁଁ ଉଭୟଙ୍କ ମଧ୍ୟରେ ସର୍ବଦା ପାଟିତୁଣ୍ଡ ଲାଗି ରହୁଥିବା ନିଜ ସାଙ୍ଗକୁ କହିଥିଲେ ନଭ୍ୟା। ବେଙ୍ଗାଲୁରୁର ଡିସିପିଙ୍କ ସୂଚନା ଅନୁସାରେ ଘଟଣା ସମ୍ପର୍କରେ ନଭ୍ୟାଙ୍କ ସାଙ୍ଗ ପ୍ରଥମେ ପୁଲିସକୁ ଖବର ଦେଇଥିଲେ। ଘଟଣା ଦିନ ନଭ୍ୟା ତାଙ୍କ ସାଙ୍ଗକୁ ଫୋନ ଯୋଗେ ସବୁ କଥା କହିଥିଲେ। ଏହାପରେ ନଭ୍ୟାଙ୍କ ମୃତଦେହ ବନ୍ଦ କୋଠରୀରୁ ଠାବ ହୋଇଛି। ବାନ୍ଧବୀଙ୍କ ଅଭିଯୋଗ ଆଧାରରେ ପୁଲିସ କିରଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories