ବାସ୍ତୁ : ଜାଣନ୍ତୁ, କାହିଁକି ରୋଷେଇ ଘରେ ଲୁଚାଇ ରଖିବେ ତାୱା, ନଚେତ୍..
ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି । ବାସ୍ତୁରେ ରୋଷେଇ ଘର, ଗାଧୁଆ ଘର, ଦୋକାନ, ନୂଆ ଯାନ ଓ ଭୂମି କିଣିବା ସହ ଜୀବନ ସହ ଜଡିତ ଅନେକ ଜିନିଷର ମହତ୍ତ୍ୱ ରହିଛି । ବାସ୍ତୁର ନିୟମ ମଧ୍ୟ ରହିଛି । ଏହାର ପାଳନ କରିବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ରହିଥାଏ । ସେହିପରି ରୋଷେଇ ଘରେ ତାୱାକୁ ନେଇ ବାସ୍ତୁରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ମାନ୍ୟତା ଅନୁଯାୟୀ, ରୋଷେଇ ଘରେ ମା’ଲକ୍ଷ୍ମୀ ବାସ କରି ଥାଆନ୍ତି । ଏଠାରେ ଥିବା ପ୍ରତ୍ୟେକ ଜିନିଷ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ । ବିଶେଷ କରି ତାୱା ପ୍ରତି । ବାସ୍ତୁ ଅନୁଯାୟୀ, ଜୀବନରେ ଲାଗି ରହୁଥିବା ସମସ୍ୟାର କାରଣ ରୋଷେଇ ଘରେ ଭୁଲ୍ ଶୈଳୀରେ ତାୱାର ବ୍ୟବହାର । ଜାଣନ୍ତୁ ତାୱା ସହ ଜଡିତ ବାସ୍ତୁ ନିୟମ ।
ସେପ୍ଟେମ୍ବର ୨ରେ ଦୁର୍ଲ୍ଲଭ ଯୋଗ ; ଜାଣନ୍ତୁ କେଉଁ ୫ ରାଶି ହେବେ ଭାଗ୍ୟଶାଳୀ..
ବାସ୍ତୁ ଅନୁସାରେ ତାୱାକୁ କଦାପି ଖୋଲା ସ୍ଥାନରେ ରଖିବା ଉଚିତ ନୁହେଁ । ଏହାକୁ ରୋଷେଇ ଘରେ ଏପରି ସ୍ଥାନରେ ରଖନ୍ତୁ, ଯେପରି କାହା ନଜର ନପଡିବ । ତାୱା ଉପରେ ଅଜଣା ଲୋକଙ୍କ ଦୃଷ୍ଟିରେ ପଡିବା ଭଲ ନୁହେଁ । ପରିବାର ସଦସ୍ୟଙ୍କ ବ୍ୟତୀତ ବାହାର ଲୋକଙ୍କ ସିଧାସଳଖ ନଜର ତାୱା ଉପରେ ପଡିବା ଅଶୁଭ ।
ପୁଣି ଗଧିଆ ଆତଙ୍କ; ଦେଖନ୍ତୁ ଭିଡିଓ, ମାଆ କୋଳରୁ ୨ ବର୍ଷ ଶିଶୁକୁ ଟାଣି ନେଲା ଗଧିଆ, ଏଯାଏଁ ନେଇଛି ୧୦ ଜଣଙ୍କ ଜୀବନ ..
ତାୱା ବ୍ୟବହାର କରିବା ସମୟରେ ଏଥିରେ ଚିମୁଟାଏ ଲୁଣ ପକାନ୍ତୁ । ଏହା ଘରର ନକରାତ୍ମକ ଶକ୍ତିକୁ ଦୂର କରିଥାଏ । ଏପରି କରିବା ଦ୍ୱାରା ଆପଣଙ୍କ ଶରୀର ଉପରେ ଭୋଜନର କୌଣସି କୁପ୍ରଭାବ ପଡିନଥାଏ । ଘରର ଆର୍ଥିକ ସ୍ଥିତି ମଧ୍ୟ ମଜଭୁତ ହୋଇଥାଏ ।
ବ୍ୟବହାର ପରେ ତାୱାକୁ ସେପରି ରଖି ଦିଅନ୍ତୁ ନାହିଁ । ଏହାକୁ ଭଲ ଭାବେ ସଫା କରି ରଖନ୍ତୁ ।
Comments are closed.