www.samajalive.in
Saturday, December 6, 2025
19.1 C
Bhubaneswar

ଆଇଫୋନ୍‌ ୧୬ ଆସିବାପରେ ଆପଲ୍‌ ବନ୍ଦ କରିପାରେ ଏସବୁ ମଡେଲ୍, କିଣିବା ଆଗରୁ ଜାଣି ରଖନ୍ତୁ

ସମାଜ ଡିଜିଟାଲ ଡେସ୍କ: ଆଇଫୋନ୍‌୧୬ ସିରିଜ୍‌ ଆସିବାକୁ ଯାଉଛି। ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଯଦି ଆପଣ ମଧ୍ୟ କୌଣସି ନୂଆ ଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ବିଶେ​‌ଷ କରି ଯଦି ଆଇଫୋନ୍‌ କିଣିବାକୁ ଯାଉଛନ୍ତି ତେବେ କିଛି କଥା ବିଷୟରେ ନିଶ୍ଚିତ ଅବଗତ ହେବା ଆବଶ୍ୟକ। କାରଣ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ, iPhone 16 ଆସିବା ପରେ କମ୍ପାନୀର କେଉଁ ସବୁ ମଡେଲ୍‌ରେ ପରିବର୍ତ୍ତନ ଦେଖାଯାଇପାରେ।

iPhone 15 pro ଏବଂ iPhone 15 pro Max-

- Advertisement -

iPhone 16 ଆସିବା ପରେ iPhone 15 pro ଏବଂ iPhone 15 pro Max ବନ୍ଦ ହୋଇପାରେ। Macrumors ପକ୍ଷରୁ ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ଏଥିରେ କୁହାଯାଇଛି ​‌ଯେ, ଯଦି ଆଇଫୋନ୍‌ ୧୬ ଆସେ ତେବେ ଉଭୟ ପ୍ରୋ ମଡେଲ ବନ୍ଦ ହୋଇଯାଇପାରେ। କାରଣ ଆଇଫୋନ୍‌ ୧୫ ଆସିବା ପରେ ଆଇଫୋନ୍‌ ୧୪ ପ୍ରୋ ଏବଂ ଆଇଫୋନ୍‌ ୧୪ ପ୍ରୋ ମାକ୍କରେ ସମାନ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସାଧାରଣତଃ ଆପଲ୍ ଏହାର ଫ୍ଲାଗସିପ୍ ଫୋନଗୁଡ଼ିକୁ ବନ୍ଦ କରିଦିଏ।

iPhone 14 Plus କିମ୍ବା iPhone 15 Plus-

ବଜାରରେ iPhone 13 Miniର ବିଫଳତା ପରେ ଆପଲ୍‌ ପ୍ଲସ୍‌ ସିରିଜ୍‌ ଆଣିଥିଲା। ଏଥିରେ ଫୋନର ଡିସପ୍ଲେ ଆକାର ବଡ଼ କରାଯାଇଥିଲା। କିନ୍ତୁ ଏବେ ଖବର ଅଛି ଯେ ଏଥିରେ ବି ପରିବର୍ତ୍ତନ କରାଯାଇପାରେ। iPhone 14 Plusର ପ୍ରଚଳନ ବନ୍ଦ କରାଯାଇପାରେ। କାରଣ ଏହି ଫୋନ୍‌ ୨ ବର୍ଷ ପୂର୍ବେ ଆସିଥିଲା ଏବଂ ୧୫ ପ୍ଲସ୍‌ ଆସିବାପରେ ଏହାର ଚାହିଦା ମଧ୍ୟ ଖୁବ୍‌ କମି ଯାଇଥିଲା। ଏଭଳି ସ୍ଥିତିରେ ଆପଲ୍‌ ଏହି ମଡେଲକୁ ବନ୍ଦ କରିପାରେ।

iPhone 13-

ଆଇଫୋନ୍‌ ୧୩ ଏବେ ତାଲିକାରେ ବ୍ରିକ୍ରି ହେଉଥିବା ସବୁଠୁ ପୁରାତନ ସ୍ମାର୍ଟଫୋନ୍। ରିପୋର୍ଟ ଅନୁଯାୟୀ, ନୂଆ ସିରିଜ୍ ଆସିବା ପରେ ଏହାକୁ ବନ୍ଦ କରାଯାଇପାରେ। ଅର୍ଥାତ୍ ଆପଲ୍ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇପାରେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories