www.samajalive.in
Saturday, December 6, 2025
15.1 C
Bhubaneswar

‘ସୁଭଦ୍ରା’ ତାତିରେ ବିଧାନସଭା ହୁଲୁସ୍ତୁଲ୍‌‌; ୪ଟା ଯାଏଁ ବିଧାନସଭା ମୁଲତବି

ସମାଜ ଡିଜିଟାଲ ଡେସ୍କ: ବିଧାନସଭାରେ ସୁଭଦ୍ରା ତାତି। ସୁଭଦ୍ରା ଯୋଜନାରେ ଜାରି ହୋଇଥିବା ମାର୍ଗଦର୍ଶିକାକୁ ନେଇ ଗୃହରେ ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଏବଂ ନାରାବାଜି କରିବାରୁ ବାରମ୍ବାର ଗୃହ ମୁଲତବି ହୋଇଛି। ପ୍ରଥମେ ସାଢେ ୧୧ଟା ପରେ ଦିନ ୧ଟା ଏବଂ ଶେଷରେ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି। ଗୋଟିଏ ଦିନର ବିରତି ପରେ ସୋମାବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୋହନ ସରକାରଙ୍କ ସୁଭଦ୍ରା ଯୋଜନାର ରୂପରେଖ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ। ଗୃହ ମଧ୍ୟଭାଗକୁ ବିଜେଡି ଓ କଂଗ୍ରେସର ସଦସ୍ୟମାନେ ଆସି ନାରାବାଜି କରିଥିଲେ। ସରକାର ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରନ୍ତୁ ବୋଲି ବିରୋଧୀ କହିଛନ୍ତି। ୨ବର୍ଷରେ ୫୦ହଜାର ଟଙ୍କା ସମସ୍ତ ମହିଳାଙ୍କୁ ଦେବାକୁ ସରକାର କହିଥିଲେ। ହେଲେ ଏବେ ପାଳନ ନକରି ରାଜ୍ୟର ମହିଳାଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ମିଛ କହି ଭୋଟ ହାତେ ଥିବାରୁ ସରକାର ଲୋକଙ୍କ ପାଖରେ ସ୍ୱୀକାର କରନ୍ତୁ ବୋଲି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories