www.samajalive.in
Saturday, December 6, 2025
17.1 C
Bhubaneswar

ଖଣି ଅଧିକାରୀଙ୍କ ଅମାପ ସମ୍ପତ୍ତି, ତାଜୁବ୍ ଭିଜିଲାନ୍ସ ବିଭାଗ

ତାଳଚେର: ତାଳଚେର ଖଣି ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ତେବେ ଚଢାଉ ସମୟରେ ଭିଜିଲାନ୍ସ ବିଭାଗ ଅମାପ ସମ୍ପତ୍ତି ଠାବ କରିଛି। ମାଳ ମାଳ କୋଠା, ପ୍ଲଟ୍ , ପୁଳା ପୁଳା ଟଙ୍କା ଜବତ କରାଯାଇଛି। ଯାହାକି ଭିଜିଲାନ୍ସ ବିଭାଗକୁ ତାଜୁବ କରିଛି। ଭୁବନେଶ୍ଵର ପଟିଆରେ ଫ୍ଲାଟ୍ ରହିଛି । ଯାହାର ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ । ଭୁବନେଶ୍ଵର ସୁନ୍ଦରପଦାରେ ଗୋଟିଏ ଡୁପ୍ଲେକ୍ସ କୋଠା, ତେଲକୋଇରେ ୨ଟି ମାର୍କେଟ୍ କମ୍ଲେକ୍ସ ଏବଂ ୧୯ଟି ଦୋକାନ ଘର ରହିଛି। ଏପରିକି ତେଲକୋଇରେ ଗୋଟିଏ କୋଠା ଠାବ କରାଯାଇଥିବାବେଳେ ଆଉ ଏକ କୋଠା ନିର୍ମାଣ ଚାଲିଛି। ଭୁବନେଶ୍ଵରରେ ଦୁଇଟି ଏବଂ ତେଲକୋଇରେ ୭ଟି ପ୍ଲଟ୍ , ନଗଦ ୯.୮୩ ଲକ୍ଷ ଟଙ୍କା ଏବଂ ଗୋଟିଏ କାର ମଧ୍ୟ ଠାବ କରିଛି ଭିଜିଲାନ୍ସ ବିଭାଗ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories