www.samajalive.in
Tuesday, December 9, 2025
26.1 C
Bhubaneswar

ପଞ୍ଜାବରୁ ୪ ସନ୍ଦିଗ୍ଧ ଖଲିସ୍ତାନ ଆତଙ୍କବାଦୀ ଗିରଫ

ଚଣ୍ଡିଗଡ଼ : ପଞ୍ଜାବ ପୁଲିସ ରବିବାର ପାକିସ୍ତାନ ଏବଂ ଜର୍ମାନୀସ୍ଥିତ ଖଲିସ୍ତାନ ଜିନ୍ଦାବାଦ ଫୋର୍ସ (କେଜେଡଏଫ) ସମ୍ପର୍କିତ ୪ ଜଣ ସନ୍ଦିଗ୍ଧଙ୍କୁ ଚୋହଲା ସାହିବ ଗ୍ରାମରୁ ଗିରଫ କରିଛି।

ପଞ୍ଜାବ ଡିଜିପି ଦିନାକର ଗୁପ୍ତା କହିଛନ୍ତି ଯେ ଗିରଫ ସନ୍ଦିଗ୍ଧଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ସେମାନେ ପାକିସ୍ତାନ ଏବଂ ଜର୍ମାନୀସ୍ଥିତ କେଜେଡଏଫ ଆତଙ୍କବାଦୀ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ। ଏକ ଧଳା ମାରୁତି ସ୍ୱିଫ୍ଟ କାର ଯୋଗେ ସେମାନେ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ନେଇ କେଉଁଆଡେ ଯାଉଥିବାବେଳେ ପୁଲିସ୍‍ ହାତରେ ଧରାପଡିଥିଲେ। ସେମାନଙ୍କ ନିକଟରୁ ୫ଟି ଏକେ-୪୭ ରାଇଫଲ, ବନ୍ଧୁକ, ସାଟେଲାଇଟ ଫୋନ, ହାତ ଗ୍ରେନେଡ ଜବତ କରାଯାଇଛି। ପାକିସ୍ତାନ ଆଇଏସଆଇ ଦ୍ୱାରା ପରିଚାଳିତ ଖଲିସ୍ତାନ ଆତଙ୍କବାଦୀ ଗୋଷ୍ଠୀ ଏହି ସବୁ ଅସ୍ତ୍ରଶସ୍ତ୍ର ସନ୍ଦିଗ୍ଧଙ୍କୁ ଦେଇଥିବା ସନ୍ଦେହ କରାଯାଉଛି। ଏହି ଅସ୍ତ୍ରଶସ୍ତ୍ର ଡ୍ରୋନ ଯୋଗେ ସୀମାପାରରୁ ଆସୁଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ବାୟୁ ସେନା ଏବଂ ବିଏସଏଫକୁ ନିର୍ଦେଶ ଦେବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories