www.samajalive.in
Sunday, December 7, 2025
13.1 C
Bhubaneswar

ଜୈଶ ସହ ସମ୍ପୃକ୍ତ ୧୧ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ

ଇସଲାମାବାଦ : ପାକିସ୍ତାନ ସରକାର ରବିବାର ୧୧ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ସଂଗଠନ ଗୁଡ଼ିକ ସହ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଇଏମ) ଏବଂ ଜମାତ ଉଦ୍‍ ଦାବାର ସମ୍ପର୍କ ଥିବା ଅଭିଯୋଗ ରହିଛି। ଜୈଶ ମୁଖ୍ୟ ମସୁଦ ଆଝାରକୁ ନିକଟରେ ମିଳିତ ଜାତିସଂଘ (ୟୁଏନ) ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ମସୁଦ ଆଝାର ହେଉଛି ୨୬/୧୧ ମୁମ୍ବଇ ଆକ୍ରମଣର ମଷ୍ଟାର ମାଇଣ୍ଡ। ଚଳିତ ବର୍ଷ ଫେବୃଆରୀ ମାସରେ ଘଟିଥିବା ପୁଲୱାମା ଆକ୍ରମଣ ପାଇଁ ଜେଇଏମ ନିଜୟକୁ ଦାୟୀ କରିଥିଲା। ଏହି ଆକ୍ରମଣରେ ଭାରତ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ। ଏହାକୁ ନେଇ ଭାରତ- ପାକିସ୍ତାନ ସମ୍ପର୍କ ତିକ୍ତ ହୋଇଥିଲା। ପାକିସ୍ତାନ ସେହି ମାସ ଜମାତ-ଉଦ-ଦାବା ଏବଂ ଫଲାହ ଇ ଇନ୍ସାନିୟତ ଫାଉଣ୍ଡେସନ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ତେବେ ଗତ ଶୁକ୍ରବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ମନ୍ତ୍ରୀ ଏଜାଜ ଶାହାଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକରେ ୧୧ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ପାକିସ୍ତାନ ଅଲ ଅନ୍‍ଫାଲ ଟ୍ରଷ୍ଟ, ଇଦାରା ଖିଦମତ ଏ ଖଲାକ, ଅଲ ଦାୱତ ଇ ଇରଶାଦ, ମସ୍କ ଆଣ୍ଡ ୱେଲଫେୟାର ଟ୍ରଷ୍ଟ, ଅଲ ମଦିନା ଫାଉଣ୍ଡେସନ, ମଜ ବିନ ଜବେଲ ଏଜୁକେଶନ ଟ୍ରଷ୍ଟ ଏବଂ ଅଲ ହମଦ ଟ୍ରଷ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ୭ ସଂଗଠନ ବ୍ୟତୀତ ଲାହୋରର ଅଲ ଫଜଲ ଫାଉଣ୍ଡେସନ/ଟ୍ରଷ୍ଟ, ଅଲ ହଜର ଫାଉଣ୍ଡେସନ, ବାହାୱଲପୁରର ଅଲ ରହମତ ଟ୍ରଷ୍ଟ ଏବଂ କରାଚିର ଅଲ ଫୁରକାନ ଟ୍ରଷ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାସହ ପାକିସ୍ତାନ ସରକାର ୩୦ ହଜାରରୁ ଊର୍ଦ୍ଧ୍ବ ମାଦ୍ରାସାକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ପାକିସ୍ତାନ ସରକାର ଅତିରିକ୍ତ ମନ୍ତ୍ରାଳୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ସରକାରଙ୍କ ୨୦୧୫ ନ୍ୟାଶନାଲ ଆକ୍ସନ ପ୍ଲାନ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories