୧୧ବର୍ଷର ପ୍ରେରଣାଦାୟୀ ବକ୍ତା ‘ହମ୍ମଦ ସାଫି’

0

ପେଶୱାର : ମାତ୍ର ୧୧ବର୍ଷ ବୟସରେ ପ୍ରେରଣାଦାୟୀ ବକ୍ତା ସାଜିଥିବା ପାକିସ୍ତାନୀ ବାଳକ ‘ହମ୍ମଦ ସାଫି’ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି। ସେ ଏବେ ପାକିସ୍ତାନ ଯୁବକଙ୍କ ଲୋକପ୍ର୍ରିୟ ବକ୍ତା ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୀତି ‘ଯୋଗ୍ୟତା ଅନୁସାରେ ସଂରକ୍ଷଣ ଦେବା ଆବଶ୍ୟକ’ ଉପରେ ହମ୍ମଦ ସାଫିଙ୍କ ଏକ ବକ୍ତବ୍ୟ ଏବେ ୟ୍ୟୁଟୁବ୍‍ରେ ଭାଇରାଲ ହୋଇଛି। ଏହାକୁ ବହୁ ୟ୍ୟୁଟୁବ୍‍ ବ୍ୟବହାରକାରୀ ଲାଇକ କରିବା ସହ ସେୟାର କରିଛନ୍ତି। ବକ୍ତବ୍ୟରେ ସମ୍ବେଦନଶୀଳତା, ଭାବପ୍ରବଣତା ଆଦି ହୃଦୟସ୍ପର୍ଶୀ ଶବ୍ଦ ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। କେବଳ ଶବ୍ଦର ଯାଦୁ ନୁହେଁ, ହମ୍ମଦଙ୍କ ବୟସ ହିଁ ସମସ୍ତଙ୍କୁ ଚକ୍କିତ କରିଛି। ଏହି ପ୍ରେରଣାଦାୟୀ ବକ୍ତାଙ୍କ ୟ୍ୟୁଟୁବ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା ୧୪୫,୦୦୦ ରେ ପହଞ୍ଚିଛି।
ରାଜନିତୀ ବିଜ୍ଞାନ ଛାତ୍ର ବିଲାନ ଖାନ କହନ୍ତି ସେ ହମ୍ମଦଙ୍କ ଏକ ନିୟମିତ ଶ୍ରୋତା। ଦିନେ ସେ ଚାକିରି ଓ ରୋଜଗାର ପନ୍ଥା ନଥିବାରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ହମ୍ମଦଙ୍କ ପ୍ରେରଣାଦାୟୀ କଥା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ଯଦି ୧୧ବର୍ଷ ବାଳକ କିଛି କରିପାରୁଛି ତେବେ ମୁଁ ବି କରିପାରିବି ନୀତିରେ ସେ ନିଜକୁ ପ୍ରୋତ୍ସାହିତ କରିଥିଲେ ଓ ଆଗକୁ ବଢିଥିଲେ।
ହମ୍ମଦ ସାଫି ପାକିସ୍ତାନର ୟୁ.ଏସ.ଇ.ସି.ଏସ ବିଶ୍ୱବିଦ୍ୟାଳୟରେ ନିଜର ଅଭିଭାଷଣ ରଖିଛନ୍ତି। ପାକିସ୍ତାନର ଅଶିକ୍ଷିତ ୪୦% ଗରିବ ପିଲାମାନଙ୍କୁ ଶିକ୍ଷାର ଆଲୋକ ଦେଖାଇବାକୁ ଚାହୁଁଛି ବୋଲି ସେ କହିଛନ୍ତି। କେବଳ ପାକିସ୍ତାନ ନୁହେଁ ବିଭିନ୍ନ ଦେଶରୁ ସେ ବହୁତ କିଛି ଜ୍ଞାନଲାଭ କରିଛନ୍ତି ବୋଲି କହିଛନ୍ତି।
ହମ୍ମଦ ପିତା ଅବଦୁଲ ରେହମାନଙ୍କ ମତରେ, ମୋ ପୁଅ ଅସାଧାରଣ ଅଟେ। ସେ ଯାହା ବି କରୁଛି ମୁଁ ତାହାପାଇଁ ଗର୍ବିତ। ପୁଅର ଏପରି ଦକ୍ଷତା ଭଗବାନଙ୍କ ଆର୍ଶୀବାଦ ବୋଲି ପିତା କହିଛନ୍ତି। ସେ ଦିନକୁ ୧୦-୧୨ ଘଣ୍ଟା ପଢେ ବୋଲି ପିତା କହିଛନ୍ତି।

Leave A Reply