www.samajalive.in
Tuesday, December 9, 2025
16.1 C
Bhubaneswar

ପାକିସ୍ତାନର ହୀନ ଚକ୍ରାନ୍ତ; ଭାରତ-ପାକ୍‌ ମ୍ୟାଚ ପୂର୍ବରୁ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମଜାକ ଉଡ଼ାଇଲା

ନୂଆଦିଲ୍ଲୀ: କ୍ରିକେଟ ବିଶ୍ଵକପ୍‌ ଆରମ୍ଭ ହେବାର ୧୩ ଦିନ ବିତିଯାଇଛି। ଟୁର୍ନାମେଣ୍ଟର ରୋମାଞ୍ଚ ମଧ୍ୟ ବୃଦ୍ଧି ପାଇଛି। ଏସବୁ ଭିତରେ କ୍ରିକେଟପ୍ରେମୀ ଅପେକ୍ଷା କରିଛନ୍ତି ଜୁନ ୧୬ ତାରିଖକୁ। କାରଣ ଏହି ଦିନ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଅନୁଷ୍ଠିତ ହେବ। ଏସିଆ କପ୍‌ ପରେ ଦୁଇ ଟିମ୍‌ ପୁଣି ଥରେ ସାମ୍ନାସାମ୍ନି ହେବେ। ବିଶ୍ଵ କ୍ରିକେଟ ଜଗତରେ ଏହି ଦୁଇ ଟିମ୍‌ର ମ୍ୟାଚ ବହୁତ ଉତ୍କଣ୍ଠାପୂର୍ଣ୍ଣ ରହିଆସିଛି। ଏହି କାରଣରୁ ଯେବେ ବି ଦୁଇ ଟିମ୍‌ ମଧ୍ୟରେ ମୁକାବିଲା ହୋଇଥାଏ, କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ।

ତେବେ ଏହା ମଧ୍ୟରେ ଏବେ ପାକିସ୍ତାନର ଏକ ଚ୍ୟାନେଲ ସବୁ ମର୍ଯ୍ୟାଦା ଉଲ୍ଲଂଘନ କରି ଭାରତୀୟ ସେନାର ହିରୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ମଜାକ ଉଡ଼ାଇ ଲଜ୍ଜାଜନକ ଏବଂ ହୀନ ଚକ୍ରାନ୍ତ କରିଛି।

- Advertisement -

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ଵକପ ମ୍ୟାଚକୁ ନେଇ ଏକ ପାକିସ୍ତାନୀ ଚ୍ୟାନେଲ ନୀଚ ସ୍ତରକୁ ଖସିଯାଇ ବିଜ୍ଞାପନ ପ୍ରସ୍ତୁତ କରିଛି, ଯେଉଁଥିରେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମଜାକ ଉଡ଼ାଯାଇଛି।

ପୁଲୱାମା ଆକ୍ରମଣ ପରେ ଅଭିନନ୍ଦନ ପାକିସ୍ତାନୀ ସେନା ଦ୍ବାରା ଗିରଫ ହୋଇଥିଲେ। ପାକ୍‌ ସେନା ତାଙ୍କଠାରୁ ଗୁପ୍ତ ତଥ୍ୟ ହାସଲ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ତାଙ୍କୁ ଭାରତକୁ ହସ୍ତାନ୍ତର କରିବାର କିଛି ସମୟ ପୂର୍ବରୁ ପାକିସ୍ତାନୀ ସେନା ଦ୍ବାରା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ସେଥିରେ ଅଭିନନ୍ଦନଙ୍କୁ ଚା’ ପିଆଯାଇ କିଛି ତଥ୍ୟ ବିଷୟରେ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ ପାକ୍‌ ସେନାକୁ କିଛି କହିବାକୁ ମନା କରିଦେଇଥିଲେ। ସେହିସବୁ କଥାକୁ ନେଇ ପାକ୍‌ର ଏକ ଟିଭି ଚ୍ୟାନେଲ ଏକ ବାଜେ ବିଜ୍ଞାପନ ପ୍ରସ୍ତୁତ କରିଛି। ଯେଉଁଭଳି ଭାବେ ପୂର୍ବ ଭିଡିଓରେ ଅଭିନନ୍ଦନଙ୍କୁ ଚା’ର ସ୍ବାଦକୁ ନେଇ ପ୍ରଶ୍ନ ପଚରାଯାଇଛି, ଠିକ୍‌ ସେହିପରି ଏହି ବିଜ୍ଞାପନରେ ଅଭିନନ୍ଦନଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଚା’ ବିଷୟରେ ପ୍ରଶ୍ନ କରାଯାଇଛି। ଅଭିନନ୍ଦନଙ୍କ ଭଳି ଉକ୍ତ ବ୍ୟକ୍ତିଙ୍କର ନିଶ ରହିଛି ଏବଂ ସମ୍ପୃକ୍ତ ବ୍ୟକ୍ତି ଭାରତୀୟ କ୍ରିକେଟ ଟିମର ଜର୍ସି ପିନ୍ଧିଛନ୍ତି। ତାଙ୍କ ହାତରେ ଏକ ଚା’ କପ୍‌ ରହିଛି। ଅଭିନନ୍ଦନଙ୍କୁ ଯେପରି ଚା’ ପିଆଇବା ସମୟରେ ପାକିସ୍ତାନରେ ପଚରାଉଚରା କରାଯାଇଥିଲା, ସେହିଭଳି ବିଜ୍ଞାପନରେ ବି ପଚରାଉଚରା କରାଯାଉଛି। ବିଜ୍ଞାପନରେ ଉକ୍ତ ବ୍ୟକ୍ତିଙ୍କୁ ପଚରାଯାଉଛି ଯେ, ଭାରତ ଓ ପାକିସ୍ତାନ ମଧ୍ୟ​‌ରେ ହେବାକୁ ଥିବା ମ୍ୟାଚରେ ପ୍ଲେଇଂ ଇଲେଭେନ କ’ଣ ? ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ସେଠାରୁ ଯିବାକୁ କୁହାଯାଉଛି। କିନ୍ତୁ ଯେତେବେଳେ ସେ ଯିବାକୁ ବାହାରୁଛନ୍ତି, ସେତେବେଳେ ପୁଣି କୁଆଯାଉଛି ଟିକେ ରୁହନ୍ତୁ, କପ୍‌ କେଉଁଆଡ଼େ ନେଇ ଯାଉଛ ବୋଲି ପ୍ରଶ୍ନ କରାଯାଇଛି। ଏଠାରେ କପ୍‌ ଅର୍ଥ ବିଶ୍ଵକପ୍‌ ଟ୍ରଫି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories