ଭାରତ ଉପରେ ନଜର ରଖିବାକୁ ମହାକାଶକୁ ଉପଗ୍ରହ ପଠାଇବ ପାକିସ୍ତାନ

0

ନୂଆଦିଲ୍ଲୀ:  ଭାରତ ଉପରେ  ପାକିସ୍ତାନ ନଜର ରଖିବା ପାଇଁ ଆଉ ଏକ ଯୋଜନା କରୁଛି । ସୀମାରେ ଭାରତୀୟ ସେନାର ଗତି ବିଧି ଉପରେ ନଜର ରଖିବା ସହ ବିଭିନ୍ନ ସାମରିକ ପ୍ରତିଷ୍ଠାନ  ବିଷୟରେ ତଥ୍ୟ ସଂଗ୍ରହ ପାଇଁ ପାକିସ୍ତାନ ମହାକାଶକୁ ପ୍ରଥମ ଥର ପାଇଁ ଏକ କୁତ୍ରିମ ଉପଗ୍ରହ ପ୍ରେରଣ କରିବ । ଆଜି ପର୍ଯ୍ୟନ୍ତ ବିଦେଶୀ କୁତ୍ରିମ ଉପଗ୍ରହ ଉପରେ ପାକିସ୍ତାନ  ନିର୍ଭରକରି ଆସୁଥିଲା । ସେନା ବାହିନୀର ଯୋଗାଯୋଗ ପାଇଁ ପାକିସ୍ତନ ଏବେ ବି ଆମେରିକା ଓ ଫ୍ରାନ୍ସର ସେଟଲାଇଟ୍‌ ଉପରେ ନିର୍ଭର କରି ଆସୁଛି ।

ଏବେ ପାକିସ୍ତାନ ମହାକାଶକୁ ନିଜସ୍ୱ କୁତ୍ରିମ ଉପଗ୍ରହ ପଠାଇବାକୁ ଯୋଜନା କରୁଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଏଥିପାଇଁ ୪୭୦ କୋଟି ଟଙ୍କା ଖର୍ଚ୍ଚ କରିବ । ଏଥିରେ ତିନୋଟି ନୂଆ ପ୍ରକଳ୍ପ ପାଇଁ ୨୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

୨୦୦୫ରୁ ପାକିସ୍ତାନ ମହାକାଶ ବିଜ୍ଞାନ ପାଇଁ ବିଭିନ୍ନ ଗବେଷଣା କରି ଆସୁଛି । ଏଥିପାଇଁ ସୁପ୍ରୋକୋ ନାମକ ସଂସ୍ଥା ଗଠନ କରାଯାଇଛି । ଏବେ କରାଚି, ଲାହୋର ଓ ଇସଲାମାବାଦରେ ମହାକାଶ ଗବେଷଣ ସଂସ୍ଥାନ ସ୍ଥାପନ  ପାଇଁ ପାକିସ୍ତାନ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛି । ପାକ୍‌ସାଟ୍‌-ଏମ୍‌ଏମ୍‌୧ ସେଟଲାଇଟ ନି୍ରମାଣ କରିବା ପାଇଁ ୧୩୫ କୋଟି ଟଙ୍କା ପାକିସ୍ତାନ ଖର୍ଚ୍ଚ କରିବ ।

ଆଗରୁ ଆମେରିକା ସହାୟତାରେ ପାକିସ୍ତାନ ଭାରତ ସୈନ୍ୟ ଗିତିବିଧି ଉପରେ ନଜର ରଖୁଥିଲା । ମାତ୍ର ଏବେ ଭାରତ ସହ ଆମେରିକାର ସମ୍ପର୍କ ବୃଦ୍ଧି ପାଇବାରେ ଲାଗିଛି । ଏହିକାରଣରୁ ପାକିସ୍ତାନ ନିଜର କୁତ୍ରିମ ଉପଗ୍ରହ ନିର୍ମାଣ ପାଇଁ ଯୋଜନା କରୁଥିବା ବିଭିନ୍ନ ରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

Leave A Reply