ସଡକ ଦୁର୍ଘଟଣାରେ କାର ଓ ଟ୍ରକ ମଧ୍ୟରେ ଧକ୍କା, ଦୁଇ ଜଣ ଗୁରୁତର

ପଦ୍ମପୁର: ରାୟଗଡା ଜିଲା ପଦ୍ମପୁର ନିକଟସ୍ଥ ମୁଚୁକିପଦର ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଘଟଣା ଅନୁଯାୟୀ,ଆଜି ରାତି ସାଡେ ୮ ଘଣ୍ଟା ସମୟରେପଦ୍ମପୁର ନିକଟସ୍ଥ ମୁଚିକି ପଦର ଛକ ନିକଟରେ ଦାମୋନଯୋଡି ଠାରୁ ଯାଜପୁର ଯାଉଥିବା ଏକ କାର ଓଆର ୧୯ବି ୦୨୪୫ ସହ ବିବରୀତ ଦିଗରୁ ଏକ ପାଣି ବୋଝେଇ ଟ୍ରକ ଓଡି ୧୯ ଟି ୭୨୪୯ ମଧ୍ୟରେ ଧକ୍କା ହେବା ଫଳରେ କାରରେ ବସିଥିବା ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ପୁଅ ଆହତ ହୋଇଛି।

ସ୍ୱାମୀ ଜିତେନ୍ଦ୍ର ହାସ୍ତା, ସ୍ତ୍ରୀ ପାର୍ବତୀ ଜେନା ଓ ପୁଅ ଆରିୟନ କୁମାର ହାସ୍ତା ତିନି ଜଣ କାରରେ ଯାଜପୁର ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟଣା ପରେ ସ୍ଥାନୀୟ ଲୋକମାନେ ଓ ପଦ୍ମପୁର ଅଟୋ ସଂଘର କର୍ମକର୍ତ୍ତା ଗୁଡିକ ଗୁରୁତର ମାନଙ୍କୁ ପଦ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ଗୁରୁତର ମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

Comments are closed.