www.samajalive.in
Tuesday, December 9, 2025
26.1 C
Bhubaneswar

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ମାମଲାରେ ଫେରାର ଆସାମୀ ଗିରଫ

ପଦ୍ମପୁର : ପଦ୍ମପୁର ଥାନା ଅନ୍ତର୍ଗତ ପାଜିଲି ବନ୍ଧ ନାଳ ନିକଟରେ ଗୁଣି ଗାରେଡ଼ି ସନ୍ଦେହରେ ଗତ ୨୦୨୧ ଜାନୁଆରୀ ୨୬ ତାରିଖରେ ପାଜିଲିବନ୍ଦ ଗ୍ରାମର ରାମ ମୁଳିକୁ ପୋଡ଼ି ହତ୍ୟା କରି ଫେରାର ଥିବା ଆସାମୀ ଗିରଫ ହୋଇଛି। ଅଭିଯୁକ୍ତ ରାମ ଶବରକୁ ଗୁରୁବାର ପଦ୍ମପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂଚନା ଅନୁଯାୟୀ, ପଦ୍ମପୁର ବ୍ଲକ ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ପାଜିଲି ବନ୍ଧ ନାଳ ନିକଟରେ ଗୁଣି ଗାରେଡ଼ି ସନ୍ଦେହରେ ସେହି ଗ୍ରାମର ୫୮ ବର୍ଷୀୟ ରାମ ମୂଳି ନାମକ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ପରେ ପ୍ରମାଣ ନଷ୍ଟ କରିବା ପାଇଁ ଦୁର୍ବୃତ୍ତମାନେ ମୃତଦେହ ପୋଡି ଫେରାର ହୋଇଯାଇଥିଲେ। ଘଟଣା ଦିନ ପଦ୍ମପୁର ଥାନାରେ ରାମ ମୂଳିଙ୍କ ପତ୍ନୀ ମାୟା ମୂଳି ଅଭିଯୋଗ କରିଥିଲେ। ମୃତକଙ୍କ ପତ୍ନୀ ଏବଂ ପରିବାର ଲୋକଙ୍କୁ ପୁଲିସ ପଚରା ଉଚରା କରି ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରି କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ରାମ ଶବର ଫେରାର ଥିଲା। ପଦ୍ମପୁର ଏଏସଆଇ ପ୍ରଜ୍ଞା ନାୟକ ଓ ଟିମ ଅଭିଯୁକ୍ତ ଘରକୁ ଯାଇ ଗିରଫ କରି ଗୁଣୁପୁର କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories