www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶାର ପ୍ରକାଶ, କମଳା ଓ ଦୈତାରୀଙ୍କୁ ପଦ୍ମଶ୍ରୀ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶନିବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି। ସେମାନେ ହେଲେ କେନ୍ଦୁଝରର ଦୈତାରୀ ନାୟକ, କୋରାପୁଟ ଜିଲାର କମଳା ପୂଜାରୀ ଏବଂ କଟକର ଚା’ ଦୋକାନୀ ଡ. ପ୍ରକାଶ ରାଓ। ଏମାନଙ୍କ ବ୍ୟତୀତ କ୍ରିକେଟର ଗୌତମ ଗମ୍ଭୀର, ପୁଟବଲ ତାରକା ସୁନୀଲ ଛେତ୍ରୀ ଏବଂ ଅନ୍ୟ କେତେଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦୁଝରର ଦୈତାରୀ ଏବଂ କଟକର ଡି. ପ୍ରକାଶ ରାଓଙ୍କୁ ପୁରସ୍କୃତ କରାଯାଇଛି। ପାହାଡ଼ କାଟି କ୍ଷେତକୁ ପାଣି ଯୋଗାଇବାରେ ଦୈତାରୀ ସଫଳ ହୋଇଥିଲେ। ଏଥିପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା। ସେହିପରି କଟକର ଡି. ପ୍ରକାଶ ରାଓ ଚା’ ଦୋକାନ କରି ପରିବାର ଚଳାନ୍ତି। କିନ୍ତୁ ସେହି ଦୋକାନରୁ ରୋଜଗାର କରୁଥିବା ଅର୍ଥରେ ସେ ବସ୍ତି ପିଲାଙ୍କୁ ପାଠ ପଢ଼ାଇ ନିଜର ମହନୀୟତା ଦେଖାଇଛନ୍ତି। ଏହାବ୍ୟତୀତ କୋରାପୁଟର କମଳା ପୂଜାରୀଙ୍କୁ କୃଷି କ୍ଷେତ୍ରରେ ଅବଦାନ ଲାଗି ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ କରି କମଳା ପ୍ରଶଂସା ସାଉଁଟିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories