ଆଇଏନଏକ୍ସ ମିଡିଆ ମାମଲା: ଚିଦମ୍ବରମଙ୍କ ଆତ୍ମସମର୍ପଣ ଆବେଦନ ଖାରଜ

0

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ନିକଟରେ ଆତ୍ମସମର୍ପଣ କରିବା ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ କରିଥିବା ଆବେଦନକୁ ଦିଲ୍ଲୀ କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ଚିଦମ୍ବରମଙ୍କୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିବ।

prayash

ସିବିଆଇ ସ୍ବତନ୍ତ୍ର କୋର୍ଟ ବିଚାରପତି ଏହି ମାମଲା ଶୁଣାଣି କରିବା ବେଳେ ଗୁରୁବାର ଇଡି ଚିଦମ୍ବରମଙ୍କୁ ନିଜ ହାଜତକୁ ନେବାକୁ ଆପତ୍ତି ପ୍ରକାଶ କରିଥିଲା। ଆବଶ୍ୟକ ହେଲେ ଏଥିନେଇ ଉପଯୁକ୍ତ ସମୟରେ କୋର୍ଟରେ ଆବେଦନ କରିବ ବୋଲି ସଂସ୍ଥା ଯୁକ୍ତି ବାଢିଥିଲା। ଅଭିଯୁକ୍ତ ମାମଲାକୁ ନିଜ ଇଚ୍ଛା ଅନୁସାରେ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ଦର୍ଶାଇବା ସହିତ ଆତ୍ମସମର୍ପଣ ଆବେଦନ ଖାରଜ କରିବାକୁ ଇଡି ପକ୍ଷରୁ ନିବେଦନ କରାଯାଇଥିଲା। କିନ୍ତୁ ପୂର୍ବରୁ ଚିଦମ୍ବରମଙ୍କୁ ହାଜତକୁ ନେବାକୁ ଆଗ୍ରହ ପ୍ରକାଶ କରୁଥିବା ଇଡି ଏବେ ମନା କରିବା ପଛରେ କିଛି ଉଦ୍ଦେଶ୍ୟ ରହିଛି ବୋଲି ଚିଦମ୍ବରମ କହିଥିଲେ। ସମସ୍ତ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ସମ୍ପ୍ରତି ତିହାର ଜେଲରେ ବନ୍ଦି ଥିବା ଚିଦମ୍ବରମ ଏହି ମାମଲାରେ ନିୟମିତ ଜାମିନ ପାଇଁ ଆବେଦନ କରିଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୦ରେ ଚିଦମ୍ବରମଙ୍କୁ ଗିରଫ କରାଯାଇଥିଲା। ସେ ସେପ୍ଟେମ୍ବର ୫ରୁ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହା ପୂର୍ବରୁ ସିବିଆଇ ତାଙ୍କୁ ୧୫ ଦିନ ନିଜ ହାଜତରେ ରଖି ଜେରା କରିଥିଲା।

kalyan agarbati
Leave A Reply