www.samajalive.in
Monday, December 15, 2025
24.1 C
Bhubaneswar

୧୨ ଘଣ୍ଟା ପରେ ଉଦ୍ଧାର ହେଲା ଅମ୍ଳଜାନ ବୋଝେଇ ଟ୍ରକ

ଅନୁଗୋଳ/ବନ୍ତଳା : ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ଼ କମ୍ପାନୀରୁ ଅମ୍ଳଜାନ ବୋଝେଇ ହୋଇ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ ଟ୍ରକକୁ ୧୨ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ସମ୍ପୂର୍ଣ୍ଣ ମରାମତି ପରେ ଏହା ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବ।  ଶନିବାର ସକାଳୁ ହିନ୍ଦୋଳ ଘାଟି ନିକଟରେ ଗାଡିଟି ଫସି ରହିଥିଲା। ଅଣ ଓସାରିଆ ରାସ୍ତା ହେତୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ କାନ୍ଥରେ ଘଷି ହୋଇ ରହିଥିଲା। ଖବର ପାଇ ଘଟଣା ସ୍ଥଳକୁ ହିନ୍ଦୋଳ ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ନରସିଂହ ପୁର ଥାନାକୁ ଖବର ଦେଇଥିଲେ। ଅପରାହ୍ନ ସମୟରେ ଦୁଇ ଥାନାର ସହାୟତା ପରେ ଗାଡିଟି ଫସିଥିବା ସ୍ଥାନରୁ ବାହାରକୁ ଆସିଥିଲା। ଦୀର୍ଘସମୟ ଧରି ଫସି ରହିବାରୁ ଗାଡିରେ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ଚାଳକ ପ୍ରକାଶ କରିଥିଲେ। ଗାଡି ଉଦ୍ଧାର ହୋଇଥିବା ବେଳେ ସମ୍ପୂର୍ଣ୍ଣ ମରାମତି ପରେ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାତ୍ରା କରିବ।

ସୂଚନାଯୋଗ୍ୟ, କୋଭିଡ-୧୯ର ସଂକ୍ରମଣ ହେତୁ ବହୁ ସ୍ଥାନରେ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଅଭାବ ରହିଛି। ତେବେ ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ଼ କମ୍ପାନୀରୁ ଦୈନଦିନ ଦେଶର ଅନେକ ରାଜ୍ୟକୁ ଅମ୍ଳଜାନ ପଠାଯାଉଛି। ଶନିବାର ସକାଳ ସମୟରେ ଅମ୍ଳଜାନ ବୋଝେଇ ଏକ ଟ୍ରକ ଜିନ୍ଦଲରୁ ବାହାରି ହିନ୍ଦୋଳ ଦେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଥିଲା। ହେଲେ ହିନ୍ଦୋଳ ଘାଟିରେ ଭାରସାମ୍ୟ ହରାଇ ଅଟକି ରହିଥିଲା। ଘାଟି ରାସ୍ତା ହେତୁ ଏହି ସ୍ଥାନ ଅଣ ଓସାରିଆ। ତେବେ ଏଠାରେ ଗାଡି ଅଟକି ରହିଥିବାରୁ ପ୍ରାୟ ୧୨ ଘଣ୍ଟା ହେବ ନରସିଂହପୁର ହିନ୍ଦୋଳ ଓ ଅନୁଗୋଳକୁ ଗମନାଗମନ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଥିଲା। ଗାଡ଼ିରେ ୧୫ଟନ ଅମ୍ଳଜାନ ବୋଝେଇ ହୋଇ ରହିଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories