କଂଗ୍ରେସ ଶେଷ ହୋଇଯାଇଛି: ଓୱେସୀ

0

ହାଇଦରାବାଦ : ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉତ୍ସବରେ ଯୋଗଦେବାକୁ ନେଇ ଅଲ୍‍ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମ (ଏଆଇଏମ୍‍ଆଇଏମ୍‍) ମୁଖ୍ୟ ଆସାଦୁଦ୍ଦିନ ଓୱେସୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଓୱେସୀ କହିଛନ୍ତି ଯେ ପ୍ରଣବ ଆରଏସଏସ୍‍ କାର୍ଯ୍ୟକ୍ରମରେ ଯୋଗଦେବା ପରେ କଂଗ୍ରେସ ଏବେ ଶେଷ ହୋଇଯାଇଛି। ଦେଶରୁ ଏହାର ଅସ୍ତିତ୍ୱ ଲୋପ ହୋଇଯାଇଛି। ଜଣେ ଲୋକ ଯିଏ କଂଗ୍ରେସ ସହିତ ୫୦ବର୍ଷ ବିତାଇଥିଲେ ଓ ଦେଶର ରାଷ୍ଟ୍ରପତି ହୋଇଥିଲେ ସେ ଆରଏସଏସର ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେଲେ। ତେଣୁ ଏପରି ଦଳ ଠାରୁ ଆଉ କିଛି ପାଇବାର ଆଶା ନାହିଁ ବୋଲି ଓୱେସୀ କହିଛନ୍ତି। ଗୁରୁବାର ପ୍ରଣବ ଆରଏସଏସର ତୃତୀୟ ବର୍ଷ ଶିକ୍ଷା ବର୍ଗରେ ଯୋଗଦେଇଥିଲେ। ଏହାକୁ ନେଇ ଅନେକ ବିବାଦ ଦେଖାଯାଇଥିଲା।

Leave A Reply