www.samajalive.in
Sunday, December 14, 2025
15.1 C
Bhubaneswar

କାରରୁ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ମାଲକାନଗିରି: ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଅବାଧ ଓ ହିଂସାମୁକ୍ତ କରିବା ପାଇଁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଏହି କ୍ରମରେ ମାଲକାନଗିରି ଜିଲାରେ ମଧ୍ୟ ସମାନ ରୂପକ ଯାଞ୍ଚ କରାଯାଉଥିବା ବେଳେ ଏକ ସଫାରୀ ଗାଡ଼ିରୁ ୩ଲକ୍ଷ ୭୦ହଜାର ଟଙ୍କା ସ୍କ୍ବାଡ ଟିମ୍‌ ଜବତ କରିଛନ୍ତି। ମାଲକାନଗିରିରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ସଫାରିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ନଗଦ ୩ ଲକ୍ଷ ୭୦ ହଜାର ଟଙ୍କା ରହିଥିବା ସ୍କ୍ୱାଡ ଟିମ୍‌ ଦେଖିବାକୁ ପାଇଥିଲେ। ଏହି ଟଙ୍କାକୁ ମାଲକାନଗିରିର ଚିତୁରାମ ଠାକୁର ଏବଂ ଅନ୍ୟଜଣେ ବ୍ୟବସାୟୀ ଜଶରାଜ ଭୁତଡ଼ା ନେଉଥିବା ପୁଲିସ କହିଛି। ପଚରାଉଚରା କରାଯାଇଥିଲେ ମଧ୍ୟ ଏମାନେ ଠିକ ଉତ୍ତର ଦେଇପାରି ନ ଥିଲେ। ତେଣୁ ଟଙ୍କା ଜବତ କରାଯିବା ସହ ଏମାନଙ୍କୁ ଅଟକ ରଖାଯଇ ତଦନ୍ତ ଜାରି ଥିବା
ଜଣାପଡ଼ିଛି। ମାଲକାନଗିରି ଜିଲା ଛତିଶଗଡ଼, ଆନ୍ଧ୍ର ଓ ତେଲଙ୍ଗାନାକୁ ଲାଗି ରହିଥିବାବେଳେ ସମସ୍ତ ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯିବା ସହ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories