ମାଲକାନଗିରି: ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଅବାଧ ଓ ହିଂସାମୁକ୍ତ କରିବା ପାଇଁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଏହି କ୍ରମରେ ମାଲକାନଗିରି ଜିଲାରେ ମଧ୍ୟ ସମାନ ରୂପକ ଯାଞ୍ଚ କରାଯାଉଥିବା ବେଳେ ଏକ ସଫାରୀ ଗାଡ଼ିରୁ ୩ଲକ୍ଷ ୭୦ହଜାର ଟଙ୍କା ସ୍କ୍ବାଡ ଟିମ୍ ଜବତ କରିଛନ୍ତି। ମାଲକାନଗିରିରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ସଫାରିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ନଗଦ ୩ ଲକ୍ଷ ୭୦ ହଜାର ଟଙ୍କା ରହିଥିବା ସ୍କ୍ୱାଡ ଟିମ୍ ଦେଖିବାକୁ ପାଇଥିଲେ। ଏହି ଟଙ୍କାକୁ ମାଲକାନଗିରିର ଚିତୁରାମ ଠାକୁର ଏବଂ ଅନ୍ୟଜଣେ ବ୍ୟବସାୟୀ ଜଶରାଜ ଭୁତଡ଼ା ନେଉଥିବା ପୁଲିସ କହିଛି। ପଚରାଉଚରା କରାଯାଇଥିଲେ ମଧ୍ୟ ଏମାନେ ଠିକ ଉତ୍ତର ଦେଇପାରି ନ ଥିଲେ। ତେଣୁ ଟଙ୍କା ଜବତ କରାଯିବା ସହ ଏମାନଙ୍କୁ ଅଟକ ରଖାଯଇ ତଦନ୍ତ ଜାରି ଥିବା
ଜଣାପଡ଼ିଛି। ମାଲକାନଗିରି ଜିଲା ଛତିଶଗଡ଼, ଆନ୍ଧ୍ର ଓ ତେଲଙ୍ଗାନାକୁ ଲାଗି ରହିଥିବାବେଳେ ସମସ୍ତ ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯିବା ସହ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଉଛି।
କାରରୁ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ
Popular Categories



