www.samajalive.in
Monday, December 15, 2025
24.1 C
Bhubaneswar

ମାନୁନାହାନ୍ତି ସପ୍ତାହନ୍ତ ବନ୍ଦ କଟକଣା; ରଜ ପାଇଁ ଭିଡ଼ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ଦାବି

ଲକ୍ଷ୍ମୀପୁର :  ଲକ୍ଷ୍ମୀପୁର ଅଞ୍ଚଳରେ ସପ୍ତାହନ୍ତ ବନ୍ଦ କଟକଣାକୁ ଦୋକାନୀ ମାନେ ପ୍ରାୟତଃ ମାନୁନାହାନ୍ତି। କରୋନା ମହାମାରୀକୁ ରୋକ ଲଗାଇବା ପାଇଁ ସରକାର ତାଲାବନ୍ଦ ସହିତ ସପ୍ତାହନ୍ତ କଟକଣା ଲାଗୁ କରିଛନ୍ତି। ଏହି ଅଞ୍ଚଳର ଦୋକାନୀ ମାନେ ତାହାକୁ ଯେପରି ଫୁ କରି ଦେଉଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଜଳଖିଆ ଦୋକାନୀଙ୍କ ଠାରୁ ଆରମ୍ଭ କରି ପନିପରିବା, ଲୁଗା ଦୋକାନ, ତେଜରାତି ଦୋକାନ ସହିତ ବିଭିନ୍ନ ଦୋକାନୀ ମାନେ ସଟର ଅଧା ଖୋଲା କରି ବେପାର କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ବଜାରରେ ଜଳଖିଆ ଦୋକାନ ଗୁଡିକ ବନ୍ଦ ରହୁଥିବା ଯୋଗୁଁ ଗାଁରେ ସାହିସାହିରେ ଏହି ଦୋକାନ ଖୋଲା ହେଉଥିବା ଯୋଗୁଁ ବିଭିନ୍ନ ଆଡ଼ୁ ଲୋକମାନେ ଆସି ଗହଳି ଜମାଉଥିବା କାରଣରୁ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଉଛି।

ସେହିପରି ରବିବାର ସପ୍ତାହନ୍ତ ବନ୍ଦ ପରେ ସୋମବାର ଠାରୁ ଆରମ୍ଭ ହେଉଛି ରଜ। ଏଥିପାଇଁ ଯେଉଁ ଦୋକାନ ଗୁଡିକ ଖୋଲିବାକୁ ନିର୍ଦ୍ଦେଶ ରହିଛି, ତାହା ଛଡା ଅନ୍ୟ ଦୋକାନ ଗୁଡିକ ମଧ୍ୟ ଖୋଲି ବେପାର କରିବାକୁ ମସୁଧା କରିଛନ୍ତି, ଯଦି ଏହି ଭଳି କଟକଣାକୁ ନମାନି ଦୋକାନୀ ମାନେ ବ୍ୟବସାୟ କରନ୍ତି ତା ହେଲେ ବଜାରରେ ନିଶ୍ଚୟ ଭିଡ଼ ବୃଦ୍ଧି ପାଇବ ଏଥିରେ ସନ୍ଦେହ ନାହିଁ। ତେଣୁ ସ୍ଥାନୀୟ ପୁଲିସ ଓ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କିପରି ଅମାନିଆ ମାନଙ୍କୁ ସାବାଡ୍ କରିବା ସହିତ ଖୋଲିବାକୁ ନିୟମ ନଥିବା ଯେଉଁ ଦୋକାନ ଗୁଡିକ ଖୋଲାଯାଉଛି ଓ ୧୧ ପରେ ଯେଉଁ ମାନେ ଦୋକାନ ଖୋଲୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ ନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ନହେଲେ ସାବିତ୍ରୀ ପାଇଁ ଯେପରି ବଜାରରେ ଗହଳି ହୋଇଥିଲା ତାହାର ପୁନରାବୃତ୍ତି ହେବ ଏଥିରେ ସନ୍ଦେହ ନାହିଁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories