ଟିକାକରଣ ୧୯୫.୭୧ କୋଟି ଟପିଲା,୧୨-୧୪ ବର୍ଷ ମଧ୍ୟରେ ୭୫% ରୁ ଅଧିକ ପିଲା ନେଲେ ପ୍ରଥମ ପାନ
ନୂଆଦିଲ୍ଲୀ : ଦେଶରେ ସାମଗ୍ରିକ କୋଭିଡ ଟିକାକରଣ ୧୯୫ କୋଟି ୬୭ ଲକ୍ଷ ଅତିକ୍ରମ କରିଛି। ବିଶେଷ କରି ଟିକାନେବା ପାଇଁ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି। ସ୍ବାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ଗତକାଲି ୧୫ ଲକ୍ଷ ୨୧ ହଜାରରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।
ଅନ୍ୟପକ୍ଷରେ ୧୨-୧୪ ବର୍ଷ ବୟସ ମଧ୍ୟରେ ୭୫% ରୁ ଅଧିକ ପିଲା କୋଭିଡ-୧୯ର ପ୍ରଥମ ଡୋଜ୍ ଟିକା ନେଇସାରିଲେଣି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ସମସ୍ତ ଯୁବକଙ୍କୁ ଶୀଘ୍ର ଟିକା ନେବାକୁ ଅନୁରୋଧ କରିଛନ୍ତି।
Comments are closed.