ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଖରାରେ କୃଷି କାର୍ଯ୍ୟ ବାରଣ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବାକୁ ଚାଷୀଙ୍କୁ ପରାମର୍ଶ
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଚାଷୀଙ୍କୁ ସତର୍କ ରହିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ସହିତ ପରାମର୍ଶ ଦିଆଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଖରାରେ କୃଷି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। କୃଷି କାର୍ଯ୍ୟ ସମୟରେ ପ୍ରଚୁର ପାଣି ପିଇବା ସହିତ କୃଷି କାର୍ଯ୍ୟରେ ନିୟୋଜିତ ଜୀବଜନ୍ତୁଙ୍କୁ ଛାଇତଳେ ରଖିବାକୁ ପରାମର୍ଶ ଦିଆଯାଇଛି।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ନିମନ୍ତେ ଚାଷୀଙ୍କ ସୁବିଧା ପାଇଁ ସହାୟତା ଦୂରଭାଷ ନମ୍ବର ଜାରି କରାଯାଇଛି। ସହାୟତା ଦୂରଭାଷ ନମ୍ବର ୦୬୭୪-୨୩୯୭୯୩୩ରେ କୃଷି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇପାରିବେ।
Comments are closed.