www.samajalive.in
Monday, December 8, 2025
16.1 C
Bhubaneswar

ଓଡ଼ିଶାରେ ଓଏସଏସସି ପ୍ରଶ୍ନପତ୍ର ପ୍ରଘଟ, ବିହାର ସରକାରୀ ଅଧିକାରୀ ମାଷ୍ଟରମାଇଣ୍ଡ

ଭୁବନେଶ୍ବର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି) ଦ୍ବାରା ପରିଚାଳିତ ଜେଇ ସିଭିଲ ମେନ ପ୍ରଶ୍ନପତ୍ର ପ୍ରଘଟ ଘଟଣାର ପର୍ଦ୍ଦାଫାଶ ହୋଇଛି। ଓଡ଼ିଶାରେ ଅନୁଷ୍ଠିତ ଏହି ପରୀକ୍ଷାର ମାଷ୍ଟରମାଇଣ୍ଡ ଜଣେ ବିହାର ରାଜ୍ୟର ସରକାରୀ ଅଧିକାରୀ ବୋଲି ଜଣାପଡ଼ିଛି। ଛାପାଖାନାର ଜଣେ ସହାୟକ ପ୍ରଶ୍ନପତ୍ର ଲୁଚାଇ ଆଣି ବିହାର ସରକାରୀ ଅଧିକାରୀଙ୍କୁ ଦେଇଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ବାଲେଶ୍ବର ଆରକ୍ଷୀ ଅଧିକ୍ଷକ ସାରଗିକା ନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଛାପାଖାନା ବାହାର ରାଜ୍ୟ ରହିଛି ଏବଂ ଏହି ଛାପାଖାନାରେ କାର୍ଯ୍ୟରତ ସହାୟକ ଏବଂ ଏହି ଘଟଣାରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡଙ୍କ ଘର ଗୋଟିଏ ଗ୍ରାମର ବୋଲି ଜଣାପଡ଼ିଛି।

ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ କହିବା ଅନୁସାରେ ଛାପାଖାନାର ସହାୟକ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲା। ମାଷ୍ଟରମାଇଣ୍ଡ ହେଉଛନ୍ତି ବିହାର ରାଜ୍ୟ ଜଣେ ସରକାରୀ ଅଧିକାରୀ। ଛାପାଖାନାର ସହାୟକ ୯ରୁ ୧୧ ତାରିଖ ମଧ୍ୟରେ ପ୍ରଶ୍ନପତ୍ର ଆଣିଥିଲା। ଓଡ଼ିଶାରୁ ଗିରଫ ଲୋକ କେବଳ ମଧ୍ୟସ୍ଥ କାମ କରୁଥିଲେ। ଏହି ଘଟଣାରେ ଓଡ଼ିଶାରୁ କୌଣସି ସରକାରୀ ଅଧିକାରୀ ସଂପୃକ୍ତି ଥିବା ଆଜି ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ମାମଲାରେ ୧୭ଜଣ ଗିରଫ ହୋଇଛନ୍ତି। ଆଗକୁ ଏହାର ସଂଖ୍ୟା ବଢ଼ିବ। ଛାପାଖାନା ସହାୟକଙ୍କ ଘରୁ ନଗଦ ଲକ୍ଷେ ଟଙ୍କା ମିଳିଛି ବୋଲି ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories