www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରିଟେନ୍‌ରେ ଜନମତ ସର୍ଭେ: ଆଗାମୀ ନିର୍ବାଚନରେ ହାରୁଛି ସୁନକଙ୍କ ଦଳ!

ନୂଆଦିଲ୍ଲୀ: ଜୁଲାଇ ୪ ତାରିଖରେ ବ୍ରିଟେନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏହାପୂର୍ବରୁ ଏକ ବଡ ପୂର୍ବାନୁମାନ କରାଯାଇଛି। ତାହା ପୁଣି ବର୍ତ୍ତମାନର ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରାଜୟର ପୂର୍ବାନୁମାନ। ସଦ୍ୟତମ ୩ଟି ସର୍ବେକ୍ଷଣରେ କୁହାଯାଇଛି ଯେ, ଏଥର ସାଧାରଣ ନିର୍ବାଚନରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ଵରେ ଥିବା କନଜରଭେଟିଭ୍ ପାର୍ଟିର ମୂଳପୋଛ ହେବ। ଯାହାକି ସୁନକଙ୍କ ପାର୍ଟି ପାଇଁ ଏକ ଗମ୍ଭୀର ଚିତ୍ର ଉପସ୍ଥାପନ କରିଛି। ସଦ୍ୟତମ ସର୍ବେକ୍ଷଣ ଅନୁଯାୟୀ କିର୍ ଷ୍ଟାମରର ଲେବର ପାର୍ଟିକୁ ୪୬ ପ୍ରତିଶତ ସମର୍ଥନ ମିଳିଥିବାବେଳେ କନଜରଭେଟିଭ୍ ପାର୍ଟିର ସମର୍ଥନ ଚାରି ପଏଣ୍ଟରୁ ଖସି ଆସି ୨୧ ପ୍ରତିଶତ ହ୍ରାସ ପାଇଛି। ଜୁନ୍ ୧୨ରୁ ୧୪ ତାରିଖ ମଧ୍ୟରେ ରବିବାର ଟେଲିଗ୍ରାଫ୍ ପାଇଁ ମାର୍କେଟ ରିସର୍ଚ୍ଚ କମ୍ପାନୀ ସବାଣ୍ଟା ଦ୍ୱାରା ଏହି ସବିଶେଷ ସର୍ଭେ କରାଯାଇଥିଲା। ଯେତେବେଳେ ଏହି ନିର୍ବାଚନ ପ୍ରଚାରର ଅଧାରୁ ଅଧିକ ପାସ୍ ହୋଇସାରିଛି , ସେତେବେଳେ ସର୍ଭେର ଫଳାଫଳ ବାହାରିଛି। ମେ ୨୨ ତାରିଖରେ ହଠାତ୍ ନିର୍ବାଚନ ଘୋଷଣା କରି ଋଷି ସୁନକ ନିଜ ଦଳର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ରବିବାର ଟାଇମ୍ସରେ ପ୍ରକାଶିତ ସର୍ଭେରେ ପୂର୍ବାନୁମାନ କରାଯାଇଛି ଯେ, କନଜରଭେଟିଭ୍ ପାର୍ଟିକୁ ୬୫୦ ସଦସ୍ୟ ବିଶିଷ୍ଠ ହାଉସ୍ ଅଫ୍ କମନ୍ସରେ କେବଳ ୭୨ଟି ଆସନକୁ ହ୍ରାସ କରାଯାଇପାରେ। ଯାହା ୨୦୦ ବର୍ଷ ଇତିହାସରେ ସବୁଠାରୁ କମ୍ ହେବ। ଯେଉଁଠି ଲେବର ପାର୍ଟିକୁ ୪୫୬ ସିଟ୍ ମିଳିବ। ପ୍ରଧାନମନ୍ତ୍ରୀ ସୁନକ ନିଜେ ନିଜ ଆସନକୁ ବଞ୍ଚାଇ ପାରିବେ ନାହିଁ। ସର୍ବେକ୍ଷଣ ଅନୁଯାୟୀ ଏଥର ୨୮ଜଣ କ୍ୟାବିନେଟ୍ ସଦସ୍ୟ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିପାରିବେ। ସେଥିମଧ୍ୟରୁ କେବଳ ୧୩ ଜଣ ପୁନଃ ନିର୍ବାଚିତ ହେବେ । ଏହି ସର୍ଭେରେ ସୁନକଙ୍କର ଜଣେ ବଡ ସମାଲୋଚକ କହିଛନ୍ତି ସମୟ ସହ ମତଦାନ ଦିନକୁ ଦିନ ଖରାପ ହେବାରେ ଲାଗିଛି , ଯାହା ଠିକ୍ ନୁହେଁ।

 

- Advertisement -

 

 

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories