www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରିଟେନ୍‌ରେ ଜନମତ ସର୍ଭେ: ଆଗାମୀ ନିର୍ବାଚନରେ ହାରୁଛି ସୁନକଙ୍କ ଦଳ!

ନୂଆଦିଲ୍ଲୀ: ଜୁଲାଇ ୪ ତାରିଖରେ ବ୍ରିଟେନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏହାପୂର୍ବରୁ ଏକ ବଡ ପୂର୍ବାନୁମାନ କରାଯାଇଛି। ତାହା ପୁଣି ବର୍ତ୍ତମାନର ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରାଜୟର ପୂର୍ବାନୁମାନ। ସଦ୍ୟତମ ୩ଟି ସର୍ବେକ୍ଷଣରେ କୁହାଯାଇଛି ଯେ, ଏଥର ସାଧାରଣ ନିର୍ବାଚନରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ଵରେ ଥିବା କନଜରଭେଟିଭ୍ ପାର୍ଟିର ମୂଳପୋଛ ହେବ। ଯାହାକି ସୁନକଙ୍କ ପାର୍ଟି ପାଇଁ ଏକ ଗମ୍ଭୀର ଚିତ୍ର ଉପସ୍ଥାପନ କରିଛି। ସଦ୍ୟତମ ସର୍ବେକ୍ଷଣ ଅନୁଯାୟୀ କିର୍ ଷ୍ଟାମରର ଲେବର ପାର୍ଟିକୁ ୪୬ ପ୍ରତିଶତ ସମର୍ଥନ ମିଳିଥିବାବେଳେ କନଜରଭେଟିଭ୍ ପାର୍ଟିର ସମର୍ଥନ ଚାରି ପଏଣ୍ଟରୁ ଖସି ଆସି ୨୧ ପ୍ରତିଶତ ହ୍ରାସ ପାଇଛି। ଜୁନ୍ ୧୨ରୁ ୧୪ ତାରିଖ ମଧ୍ୟରେ ରବିବାର ଟେଲିଗ୍ରାଫ୍ ପାଇଁ ମାର୍କେଟ ରିସର୍ଚ୍ଚ କମ୍ପାନୀ ସବାଣ୍ଟା ଦ୍ୱାରା ଏହି ସବିଶେଷ ସର୍ଭେ କରାଯାଇଥିଲା। ଯେତେବେଳେ ଏହି ନିର୍ବାଚନ ପ୍ରଚାରର ଅଧାରୁ ଅଧିକ ପାସ୍ ହୋଇସାରିଛି , ସେତେବେଳେ ସର୍ଭେର ଫଳାଫଳ ବାହାରିଛି। ମେ ୨୨ ତାରିଖରେ ହଠାତ୍ ନିର୍ବାଚନ ଘୋଷଣା କରି ଋଷି ସୁନକ ନିଜ ଦଳର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ରବିବାର ଟାଇମ୍ସରେ ପ୍ରକାଶିତ ସର୍ଭେରେ ପୂର୍ବାନୁମାନ କରାଯାଇଛି ଯେ, କନଜରଭେଟିଭ୍ ପାର୍ଟିକୁ ୬୫୦ ସଦସ୍ୟ ବିଶିଷ୍ଠ ହାଉସ୍ ଅଫ୍ କମନ୍ସରେ କେବଳ ୭୨ଟି ଆସନକୁ ହ୍ରାସ କରାଯାଇପାରେ। ଯାହା ୨୦୦ ବର୍ଷ ଇତିହାସରେ ସବୁଠାରୁ କମ୍ ହେବ। ଯେଉଁଠି ଲେବର ପାର୍ଟିକୁ ୪୫୬ ସିଟ୍ ମିଳିବ। ପ୍ରଧାନମନ୍ତ୍ରୀ ସୁନକ ନିଜେ ନିଜ ଆସନକୁ ବଞ୍ଚାଇ ପାରିବେ ନାହିଁ। ସର୍ବେକ୍ଷଣ ଅନୁଯାୟୀ ଏଥର ୨୮ଜଣ କ୍ୟାବିନେଟ୍ ସଦସ୍ୟ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିପାରିବେ। ସେଥିମଧ୍ୟରୁ କେବଳ ୧୩ ଜଣ ପୁନଃ ନିର୍ବାଚିତ ହେବେ । ଏହି ସର୍ଭେରେ ସୁନକଙ୍କର ଜଣେ ବଡ ସମାଲୋଚକ କହିଛନ୍ତି ସମୟ ସହ ମତଦାନ ଦିନକୁ ଦିନ ଖରାପ ହେବାରେ ଲାଗିଛି , ଯାହା ଠିକ୍ ନୁହେଁ।

 

- Advertisement -

 

 

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories