www.samajalive.in
Sunday, December 7, 2025
26.1 C
Bhubaneswar

ଅପରେସନ ସମୁଦ୍ର ସେତୁ : ମାଳଦ୍ୱୀପରୁ ୬୯୮ ପବାସୀଙ୍କୁ ନେଇ ଭାରତ ଅଭିମୁଖେ ଆଇଏନଏସ୍ ଜଲଶ୍ଵା

ନୂଆଦିଲ୍ଲୀ : କରୋନା ଭାଇରସ କାରଣରୁ ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଘରକୁ ଫେରାଇ ଅଣାଯାଉଛି ।  କରୋନା ଭାଇରସ ପାଇଁ ବିଦେଶରେ ଫଶି ରହିଥିବା ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଦୁଇଟି ଅଭିଯାନ ଆରମ୍ଭ ହୋଇଛି । ‘ବନ୍ଦେ ଭାରତ ମିଶନ’ ରେ ବିମାନ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଅଣାଯାଉଥିବା ବେଳେ ‘ସେତୁ ସମୁଦ୍ର’ ମିଶନରେ ଜାହାଜ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଅଣାଯାଉଛି ।

ଏହିକ୍ରମରେ ଅପରେଶନ ସମୁଦ୍ର ସେତୁ ମାଧ୍ୟରେ ନୌସେନାର ଜାହାଜ ଆଇଏନ୍‌ଏସ୍‌ ଜଲଶ୍ଵା ମାଳଦ୍ୱୀପର ମାଲେ ବନ୍ଦରରୁ ୬୯୮ ଭାରତୀୟଙ୍କୁ ନେଇ ଭାରତ ଫେରୁଛି। ଘର ବାହୁଡୁଥିବା ଭାରତୀୟଙ୍କ ମଧ୍ୟରେ ୫୯୫ ପୁରୁଷ ଏବଂ ୧୦୩ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରେ ୧୯ ଗର୍ଭବତୀ ମହିଳା ରହିଛନ୍ତି। ମେ ୧୦ରେ ଆଇଏନ୍‌ଏସ୍‌ ଜଲଶ୍ଵା କୋଚି ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି। ଆଇଏନ୍‌ଏସ୍‌ ଜଲଶ୍ଵା ଏବଂ ଆଇଏନ୍‌ଏସ୍‌ ମଗର ସହାୟତାରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଦୁଇ ଜାହାଜ କେରଳର କୋଚି ଏବଂ ତାମିଲନାଡୁର ଟୁଟିକୋରିନ୍‌ ବନ୍ଦରରୁ ୨ ଥର ଲେଖାଏଁ ମାଳଦ୍ୱୀପ ଯାତ୍ରା କରି ପ୍ରବାସୀ ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବେ । ମାଳଦ୍ୱୀପରୁ ୪୫୦୦ ଭାରତୀୟ ସ୍ବଦେଶ ଫେରିବାକୁ ପଞ୍ଜିକରଣ କରିଛନ୍ତି। ମାଳଦ୍ୱୀପରେ ପ୍ରାୟ ୨୭ ହଜାର ଭାରତୀୟ ରହିଛନ୍ତି। ଏସମ୍ପର୍କରେ ମାଳଦ୍ୱୀପରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ସଞ୍ଜୟ ସୁଧୀର ସୂଚନା ଦେଇଛିନ୍ତି । ଏଥି ସହିତ ରବିବାର ଆଇଏନ୍‌ଏସ୍‌ ମଗର ୨୦୦ ଭାରତୀୟଙ୍କୁ ନେଇ ମାଲେରୁ ଟୁଟିକୋରିନ୍‌ ଅଭିମୁଖେ ଯାତ୍ରା କରିବ ବୋଲି ମଧ୍ୟ ସୂଚନା ମିଳିଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories