ଟ୍ରେନ୍ ଉପରେ ଚଢି ଯୁବକ ଜୀବନ୍ତ ଦଗ୍ଧ

ରାୟଗଡା : ଟ୍ରେନ୍ ଉପରେ ଚଢି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଯୁବକ ଜଣକ ନୂଆପଡା ଜିଲା ରାଜଖାରିଆ ବଡନାଳ ଗାଁର ବୋଲି ଜଣାପଡିଛି । ସେ ଟ୍ରେନ୍ ଉପରେ ଚଢିବା ସମୟରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ ସେ କେଉଁଥିପାଇଁ ଟ୍ରେନ ଉପରେ ଚଢିଥିଲେ ତାହା ସ୍ପଷ୍ଟ ହୋଇନି ।
Comments are closed.