ଡେସ୍କ: ଗତ କିଛି ଦିନ ହେବ ଆମ ସୌରମଣ୍ଡଳର ୪ଟି ଗ୍ରହ ଶୁକ୍ର, ଶନି, ବୃହସ୍ପତି ଓ ମଙ୍ଗଳ ଗ୍ରହ ରାତି ଆକାଶରେ ଖାଲି ଆଖିରେ ଦୃଶ୍ୟମାନ ହେଉଛି। ଏହି ଗ୍ରହମାନଙ୍କ ସହିତ ୟୁରେନସ୍ ଏବଂ ନେପଚୁନ୍ ମଧ୍ୟ ଦେଖିବାକୁ ମିଳୁଛି। ଏହି ଛଅଟି ଗ୍ରହ ରାତି ଆକାଶରେ ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ୟରେ ଦୃଶ୍ୟମାନ ହେଉଥିବାରୁ, ତାହାକୁ ପ୍ଲାନେଟ୍ ପ୍ୟାରେଡ୍ କୁହାଯାଏ।
ପ୍ଲାନେଟ୍ ପ୍ୟାରେଡ୍ କ’ଣ?
‘ପ୍ଲାନେଟ୍ ପ୍ୟାରେଡ୍’ ଅର୍ଥ ହେଉଛି ସେହି ପରିସ୍ଥିତି ଯେତେବେଳେ ଆମ ସୌରମଣ୍ଡଳର ଅନେକ ଗ୍ରହ ରାତି ଆକାଶରେ ଏକ ସାଙ୍ଗରେ ଦୃଶ୍ୟମାନ ହୁଅନ୍ତି। ଆକାଶରେ ଗ୍ରହମାନଙ୍କର ଗତି ଭିନ୍ନ ଭିନ୍ନ ହୋଇଥାଏ। ସେମାନେ ଅନ୍ୟ ନକ୍ଷତ୍ରମାନଙ୍କ ତୁଳନାରେ ଭିନ୍ନ ହାରରେ ଗତି କରନ୍ତି। ଏଗୁଡ଼ିକ ସମସ୍ତେ ପ୍ରତିଦିନ ଆକାଶରେ ଦୃଶ୍ୟମାନ ହୁଅନ୍ତି ନାହିଁ, କିନ୍ତୁ ବେଳେବେଳେ ଏପରି ସ୍ଥିତି ଉପୁଜିଥାଏ ଯେ ଅନେକ ବା ସମସ୍ତ ଗ୍ରହ ଏକାସାଙ୍ଗରେ କିମ୍ବା ପରସ୍ପରର କିଛି ଘଣ୍ଟା ମଧ୍ୟରେ ଦୃଶ୍ୟମାନ ହୁଅନ୍ତି। ନାସା ୱେବସାଇଟ୍ ଅନୁଯାୟୀ, ଏହି ମଲ୍ଟି-ପ୍ଲାନେଟ୍ ଦେଖିବାର ସୁଯୋଗ ଅତ୍ୟନ୍ତ ବିରଳ। ଶେଷ ଥର ପାଇଁ ୨୦୨୪ ମେ-ଜୁନ୍ ମାସରେ ସୌରମଣ୍ଡଳର ସମସ୍ତ ଗ୍ରହ ସକାଳ ଆକାଶରେ ଦୃଶ୍ୟମାନ ହୋଇଥିଲା। ସୂଚନା ଅନୁଯାୟୀ, ଖାଲି ଆଖିରେ ଦୃଶ୍ୟମାନ ହେଉଥିବା ପଞ୍ଚମ ଗ୍ରହ ବୁଧ ଫେବୃଆରୀ ୨୦ ପରେ ସନ୍ଧ୍ୟା ଆକାଶରେ ଦେଖାଯିବ।
ସୌରମଣ୍ଡଳରେ ୮ଟି ଗ୍ରହ ରହିଛି: ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ନେପଚୁନ୍ ଏବଂ ୟୁରେନସ୍ । ସାତଟି ଗ୍ରହ ମଧ୍ୟରୁ ପାଞ୍ଚଟି ଗ୍ରହ ଖାଲି ଆଖିରେ ଦୃଶ୍ୟମାନ ହୁଏ। ସୂର୍ଯ୍ୟ ଓ ପୃଥିବୀଠାରୁ ସେମାନେ ଯେତିକି ଦୂରରେ ଅଛନ୍ତି, ସେଥିପାଇଁ ଅନ୍ୟ ଦୁଇଟିକୁ ଦେଖିବା ପାଇଁ କିଛି ମାତ୍ରାରେ ମାଗ୍ନିଫିକେସନର ଆବଶ୍ୟକତା ରହିଛି।
ସାଧାରଣତଃ ସୂର୍ଯ୍ୟାସ୍ତର କିଛି ଘଣ୍ଟା ପରେ ସୂର୍ଯ୍ୟଙ୍କ ଅବଶିଷ୍ଟ ଆଲୋକ ଆଉ ନ ଆସିବା ପରେ ଗ୍ରହମାନେ ଦୃଶ୍ୟମାନ ହୁଅନ୍ତି। ଆଲୋକ ପ୍ରଦୂଷଣର ଅନୁପସ୍ଥିତି ସହିତ ସ୍ୱଚ୍ଛ ଏବଂ ମେଘବିହୀନ ଆକାଶ ଏଥିପାଇଁ ସହାୟକ ହୋଇଥାଏ। ସେଥିପାଇଁ ନକ୍ଷତ୍ର ଭଳି ଗ୍ରହମାନେ ଦୂରସ୍ଥାନରୁ ଭଲ ଭାବରେ ଦେଖାଯାଆନ୍ତି।
୧୮ ଓ ୧୯ ତାରିଖରେ ଶୁକ୍ର ଓ ଶନି ସନ୍ଧ୍ୟା ଆକାଶରେ ପରସ୍ପର ନିକଟରେ ଦେଖାଯିବ। ଏହାବ୍ୟତୀତ ଏହି ଦୁଇ ଦିନ ଏହି ଦୁଇ ଗ୍ରହ ପରସ୍ପରର ପାଖାପାଖି ୨ ଡିଗ୍ରୀ ଭିତରେ ଆସି ଏକ ଚମତ୍କାର ସୁଯୋଗ ସୃଷ୍ଟି କରିବ। ଭୁବନେଶ୍ୱରରେ ପଶ୍ଚିମ ଆକାଶରେ ଶୁକ୍ର ଏକ ଉଜ୍ଜ୍ୱଳ ବିନ୍ଦୁ ଭାବେ ଦୃଶ୍ୟମାନ ହେବ। ଶନି ଶୁକ୍ରଙ୍କ ନିକଟରେ ରହିବ ଏବଂ ଦେଖିବାକୁ ମିଳିବ।
ସେହିପରି ମଙ୍ଗଳ ଗ୍ରହ ପୂର୍ବ ଆକାଶରେ ଲାଲ ବିନ୍ଦୁ ଭାବରେ ଚମକିବ ଏବଂ ରାତି ୧୧ଟା ୪୫ରେ ସବୁଠାରୁ ଭଲ ଭାବରେ ଦୃଶ୍ୟମାନ ହେବ ଏବଂ ବୃହସ୍ପତି ଉତ୍ତର ଆକାଶରେ ଏକ ବିଶାଳ ଧଳା ଆଲୋକରେ ଚମକିବ ଏବଂ ରାତି ୮ଟା ୩୪ରେ ଖାଲି ଆଖିରେ ଦେଖାଯିବ।



