www.samajalive.in
Sunday, December 7, 2025
26.1 C
Bhubaneswar

ମାର୍ଚ୍ଚ ୪ରେ ନିକଟତର ହେବ ବିରାଟ ଗ୍ରହାଣୁ

ନ୍ୟୁୟର୍କ,  : ପୃଥିବୀ ଆଡକୁ ମାଡିଆସୁଛି ଏବଂ ବିଶାଳକାୟ ଗ୍ରହାଣୁ। ଏହାର ବ୍ୟାସ ପ୍ରାୟ ୧.୩ କିଲୋମିଟର ଏବଂ ଏହା ଇଫେଲ ଟାୱାରଠାରୁ ଆକାରରେ ପ୍ରାୟ ଚାରିଗୁଣ ବଡ ବୋଲି ମହାକାଶ ବିଜ୍ଞାନୀମାନେ କହିଛନ୍ତି। ଏ ସମ୍ପର୍କରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା)ର ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଗ୍ରହାଣୁ ପୃଥିବୀ ଆଡକୁ ଆସୁଛି। ଏହାକୁ ଗବେଷକମାନେ ‘୧୩୮୯୭୧ (୨୦୦୧ ସିବି ୨୧)’ ଭାବରେ ନାମକରଣ କରିଛନ୍ତି। ଏହାର ଗତିପଥ ଉପରେ ନଜର ରଖିଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଉକ୍ତ ଗ୍ରହାଣୁ ସୂର୍ଯ୍ୟ ଆଡକୁ ଅଗ୍ରସର ହେଉଥିବା ସମୟରେ ପୃଥିବୀର ନିକଟତର ହେବ। ଗ୍ରହାଣୁ ତାହାର କକ୍ଷପଥରେ ୪୦୦ ଦିନରେ ଥରେ ପ୍ରଦକ୍ଷିଣ କରୁଛି। ଜଣାଯାଇଛି ଯେ ପ୍ରଥମେ ଏହାକୁ ଲିଙ୍କନ ନିଅର-ଆର୍ଥ ଆଷ୍ଟରଏଡ ରିସର୍ଚ୍ଚ (ଲିନିଅର) ପ୍ରୋଗ୍ରାମ ଠାବ କରିଥିଲା। ଗବେଷକଙ୍କ କହିବା ଅନୁଯାୟୀ ଏହା ଘଣ୍ଟାପ୍ରତି ୪୩,୨୩୬ କିଲୋମିଟର ବେଗରେ ଗତି କରୁଛି। ତେବେ ତାହା ପୂର୍ବରୁ ଆସନ୍ତାକାଲି ଓ ତାହା ପରଦିନ ଅର୍ଥାତ ଫେବୃଆରୀ ୯ ଓ ୧୦ ତାରିଖରେ ସୂର୍ଯ୍ୟରୁ ଫିଲାମେଣ୍ଟ ଉଦ୍‍ଗିରଣ କାରଣରୁ ଭୂପୃଷ୍ଠରେ ଭୂଚୁମ୍ବକୀୟ ଝଡ ସୃଷ୍ଟି ହେବାଆକଳନ କରିଛନ୍ତି ବୈଜ୍ଞାନିକଗଣ। ଅବଶ୍ୟ ଏହାର ସାମାନ୍ୟ ପ୍ରଭାବ ଉପଗ୍ରହଗୁଡିକର କାର୍ଯ୍ୟକାରିତା, ଶକ୍ତି ଗ୍ରୀଡ ଉପରେ ପଡ଼ିପାରେ ବୋଲି ସେମାନେ ଦର୍ଶାଇଛନ୍ତି।

ପୂର୍ବରୁ ୨୦୦୬ରେ ଅନ୍ୟ ଏକ ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟତର ହୋଇଥିଲା। ତେବେ ଏହି ଗ୍ରହାଣୁ ପୃଥିବୀ ପାଇଁ ବିପଜ୍ଜନକ ବୋଲି ଗବେଷକମାନେ କହିବା ସହିତ ଏହା ପୃଥିବୀଠାରୁ ୪୯,୧୧,୨୯୮ କିଲୋମିଟର ଦୂରତା ଦେଇ ଗତିକରିବ ବୋଲି ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଏହା ଆସନ୍ତା ମାର୍ଚ୍ଚ ୪ ତାରିଖ ଦିନ ପୃଥିବୀର ନିକଟତର ହେବ। ଏହା ପୃଥିବୀର କକ୍ଷପଥ ବାହାରେ ରହୁଥିବାରୁ ଏହାର ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କିଛି ଗବେଷକ ମତ ଦେଇଛନ୍ତି। ତେବେ ଏହାର ଆକାର ଓ ଗତି ପାଇଁ ମହାକାଶରେ ଚୁମ୍ବକୀୟ ଝଡ ଭଳି ଘଟଣାକୁ ଆଉ କିଛି ଗବେଷକ ଅସ୍ୱୀକାର କରିନାହାନ୍ତି। ପରବର୍ତ୍ତୀ ସମୟରେ ୨୦୪୩ରେ ଗ୍ରହାଣୁ ପୃଥିବୀର ଏହିଭଳି ନିକଟତର ହେବ ବୋଲି ଗବେଷକମାନେ କହିଛନ୍ତି।

- Advertisement -

ଆସନ୍ତାକାଲି ଓ ତାହା ପରଦିନ ସୂର୍ଯ୍ୟରୁ ଫିଲାମେଟ ଉଦ୍‍ଗିରଣ କାରଣରୁ ଭୂଚୁମ୍ବକୀୟ ଝଡ ସୃଷ୍ଟି ହେବାକୁ ଯାଉଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚର ମହାକାଶ ବିଜ୍ଞାନୀମାନେ କହିଛନ୍ତି ଯେ ଏହି ଝଡର ପ୍ରଭାବ ଭୂପୃଷ୍ଠରେ ପଡ଼ିବ, ତାହା ତାହା ତୁଳନାତ୍ମକ ଭାବରେ କମ୍‍ ରହିବ। ସୂର୍ଯ୍ୟ ପୃଷ୍ଠରେ ଏହି ଉଦ୍‍ଗିରଣ ତିନି ଘଣ୍ଟା ଧରି ଘଟିଥିବା ବୈଜ୍ଞାନିକମାନେ ଲକ୍ଷ୍ୟ କରିଛନ୍ତି। ତାହାର ପ୍ରଭାବ ପୃଥିବୀ ପୃଷ୍ଠରେ ପହଞ୍ଚିବାକୁ ୧୫ରୁ ୧୮ ଘଣ୍ଟା ଲାଗିବ।
ମାର୍ଚ୍ଚ ୪ରେ ନିକଟତର…

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories