www.samajalive.in
Saturday, December 6, 2025
15.1 C
Bhubaneswar

ମଙ୍ଗଳବାର ଦିନ ପୃଥିବୀର ଅତି ନିକଟ ଦେଇ ଗତି କରିବ ବିପଜ୍ଜନକ ଗ୍ରହ

ୱାଶିଂଟନ୍ : ଗତ ମାସରେ ଏକ ଗ୍ରହ ପୃଥିବୀର ନିକଟବର୍ତ୍ତୀ ଦେଇ ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଥିଲା। ଏବେ ପୁଣି ଥରେ ଅନ୍ୟ ଏକ ଗ୍ରହ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥା ପୃଥିବୀ ନିକଟବର୍ତ୍ତୀ ଦେଇ ଅତିକ୍ରମ କରିବାକୁ ଯାଉଛି। ଏଥର ଏହି ଗ୍ରହ ସେପ୍ଟେମ୍ବର ମାସରେ ଚନ୍ଦ୍ର ଏବଂ ପୃଥିବୀର ମଝିରେ ଅତି କମ୍ ଦୂରତାରେ ଅତିକ୍ରମ କରିବ ବୋଲି ଜଣାପଡିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ପକ୍ଷରୁ ଏହି ସୂଚନା ଦେଇଛି। ଏହି ଗ୍ରହର ନାମ ୨୦୧୧ ଇଏସ୩। କୁହାଯାଉଛି ଯେ ଆଗାମୀ ଦଶନ୍ଧି ମଧ୍ୟରେ ପୃଥିବୀ ନିକଟ ଦେଇ ଯାଇଥିବା ସମସ୍ତ ଗ୍ରହ ମଧ୍ୟରୁ ଏହା ଅତି ନିକଟତମ ଅତିକ୍ରମ ହେବ।

ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ ଅନୁଯାୟୀ, ପୂର୍ବରୁ ଏହି ଗ୍ରହ ୨୦୧୧ ମାର୍ଚ୍ଚ ୧୩ରେ ପୃଥିବୀର ନିକଟବର୍ତ୍ତୀ ହୋଇ ଅତିକ୍ରମ କରିଥିଲା। ସେହି ସମୟରେ ଏହା ପୃଥିବୀଠାରୁ ୪,୨୬୮,୬୪୩ କିମି ଦୂରତାରେ ଅତିକ୍ରମ କରିଥିଲା। ଏଥର ଏହି ଗ୍ରହ ପୃଥିବୀଠାରୁ ମାତ୍ର ୪୫,୦୦୦ ମାଇଲ ଦୂରତାରେ ଅତିକ୍ରମ କରିବ। ଏହା ପ୍ରଥମେ ୨୦୧୧ ମସିହାରେ ଆବିଷ୍କୃତ ହୋଇଥିଲା। ପ୍ରତି ନଅ ବର୍ଷରେ, ଏହା ପୃଥିବୀର ନିକଟତର ହୁଏ।

- Advertisement -

ନାସା ପକ୍ଷରୁ ଏହି ଗ୍ରହର ନାମ ୨୦୦୧ ଇଏସ୪ ରଖାଯାଇଛି। ନାସା ପକ୍ଷରୁ ଟ୍ବୁଟ୍ କରି ସୂଚନା ଦିଆଯାଇଛି ଯେ, ଏହି ଗ୍ରହ ପୃଥିବୀକୁ ସ୍ପର୍ଷ କରିବ ନାହିଁ। ପୃଥିବୀ ପ୍ରତି କୌଣସି ବିପଦ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories