www.samajalive.in
Saturday, December 6, 2025
19.1 C
Bhubaneswar

ମହାକାଶରୁ ଖସୁଛି ବିରାଟ ଉଲ୍‌କା ପିଣ୍ଡ, ଆଜି ପୃଥିବୀ ନିକଟ ଦେଇ ଅତିକ୍ରମ କରିବ

ନୂଆଦିଲ୍ଲୀ: ମହାକାଶରୁ ଏକ ବିରାଟ ଉଲ୍‌କା ପିଣ୍ଡ ଖସୁଛି। ଏହି ଉଲ୍‌କା ପିଣ୍ଡଟି ଆଜି ଅର୍ଥାତ ଜୁନ ୨୪ରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ। ଏହା ପୃଥିବୀରେ ମାଡ଼ ହେବ ନାହିଁ ବୋଲି ମହାକାଶ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ତେବେ ପୃଥିବୀଠାରୁ ୩୭ ଲକ୍ଷ ୬୦ ହଜାର କିଲୋମିଟର ଦୂରରେ ଏହି ଉଲ୍‌କା ପିଣ୍ଡ ଅତିକ୍ରମ କରିବାର ଥିଲେ ହେଁ ଏହାକୁ ଏକ ପୃଥିବୀ ନିକଟ ବସ୍ତୁ(ଏନଇଓ) ଭାବେ ବିବେଚନା କରାଯାଉଛି। ଏହାର ନାମ ୪୪୧୯୮୭(୨୦୧୦ଏନୱାଇ୬୫) ରହିଛି।

ଉଲ୍‌କାଟି ଏକ ଏନଇଓ ହୋଇଥିବାରୁ ଏହା ମହାକାଶ ସଂସ୍ଥାକୁ ଆମ ସୌରମଣ୍ଡଳର ଇତିହାସ ବିଷୟରେ ଅଧ୍ୟୟନ କରିବାରେ ସହାୟତା କହିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଏହି ଉଲ୍‌କାର ଲମ୍ବ ପ୍ରାୟ ୧୪୦ ମିଟରରୁ ୩୩୦ ମିଟର ହେବ, ଯାହା କୁତବ୍‌ ମିନାରଠାରୁ ୪ ଗୁଣ ଏବଂ ଲଣ୍ଡର ୱେଷ୍ଟ ମିନିଷ୍ଟରରେ ଥିବା ବିଗ୍‌ ବେନ୍‌ଠାରୁ ୩ ଗୁଣ ବଡ଼ ବୋଲି କୁହାଯାଇଛି। ସେକେଣ୍ଡକୁ ୧୩ କିଲୋମିଟର ଏବଂ ଘଣ୍ଟାକୁ ୪୬ ହଜାର ୮୦୦ କିଲୋମିଟର ବେଗରେ ଏହା ମହାକାଶରୁ ଖସୁଛି। ଆମେରିକାର ମହାକାଶ ସଂସ୍ଥା ନାସା ଏହାର ଜେଟ୍‌ ପ୍ରପଲସନ ଲାବରେଟୋରି ୱେବସାଇଟ୍‌ରେ ଲେଖିଛି ଯେ, ଏନଇଓଗୁଡିକ ହେଉଛନ୍ତି ଧୂମକେତୁ ଏବଂ କ୍ଷୁଦ୍ରଗ୍ରହ, ଯାହା ନିକଟ ଗ୍ରହମାନଙ୍କର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହୋଇ ପୃଥିବୀର ପଡ଼ୋଶୀ ସ୍ଥାନକୁ ପ୍ରବେଶ କରିଥାନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories