www.samajalive.in
Sunday, December 7, 2025
23.1 C
Bhubaneswar

ଆନ୍ତର୍ଜାତିକ ତୈଳ ଓ ଗ୍ୟାସ୍‍ କମ୍ପାନୀ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ବଡ଼ବଡ଼ ଆନ୍ତର୍ଜାତିକ ତୈଳ ଓ ଗ୍ୟାସ୍‍ କମ୍ପାନୀର ସିଇଓମାନଙ୍କ ସହ କଥାବାର୍ତ୍ତା କରିବେ। ନୀତି ଆୟୋଗ ଏବଂ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରଣାଳୟ ଦ୍ୱାରା ଏହି ବାର୍ଷିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ନୀତି ଆୟୋଗ ଏବଂ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରଣାଳୟ ଦ୍ୱାରା ଏହା ହେଉଛି ଏଭଳି ପଞ୍ଚମ କାର୍ଯ୍ୟକ୍ରମ।

ବିଶ୍ୱର ବଡ଼ବଡ଼ ତୈଳ ଓ ଗ୍ୟାସ କମ୍ପାନିଗୁଡ଼ିକର ୪୫ରୁ ଅଧିକ ସିଇଓ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ବାର୍ଷିକ କଥାବାର୍ତ୍ତା କେବଳ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ହୋଇ ରହିନାହିଁ, ଏଥିରେ ବହୁ ବିଜ୍ଞ ବ୍ୟକ୍ତିବିଶେଷ ଆଲୋଚନା କରୁଛନ୍ତି ଓ ଅନେକ ନିଷ୍ପତ୍ତି ନିଆଯାଉଛି। ଭାରତର ବିକାଶ ସହିତ ଏହି କାର୍ଯ୍ୟକ୍ରମର ମହତ୍ତ୍ୱ ମଧ୍ୟ ବୃଦ୍ଧି ପାଇଛି। ଭାରତ ଶକ୍ତି ବ୍ୟବହାରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇଛି। ଭାରତ ତାହାର ଶକ୍ତି ଚାହିଦାର ପୂରଣ ପାଇଁ ୨୦୩୦ ସୁଦ୍ଧା ୩୦ ହଜାର କୋଟି ଡଲାରର ପୁଞ୍ଜିନିବେଶ କରିବାର ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଏନର୍ଜି ଫୋରମକୁ ଉଦ୍‍ଘାଟନ କରିବେ।

- Advertisement -

କାର୍ଯ୍ୟକ୍ରମର ଉଦ୍‍ଘାଟନୀ ଉତ୍ସବରେ ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ସାଉଦୀଆରବ ଶକ୍ତିମନ୍ତ୍ରୀ ଅବଦୁଲ ଅଜିଜ୍‍ ବିନ୍‍ ସଲମନ ଅଲ୍‍ ସାଉଦ୍‍, ଆମେରିକା ଶକ୍ତିମନ୍ତ୍ରୀ ଡ୍ୟାନ୍‍ ଗ୍ରୋଲେଟି ଓ ଆଇ.ଏଚ୍‍.ଏସ୍‍. ମାର୍କିଟି ଚେୟାରମ୍ୟାନ ଡକ୍ଟର ଡାନିଏଲ୍‍ ଏରଗିନ୍‍ ରହିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories