www.samajalive.in
Sunday, December 7, 2025
18.1 C
Bhubaneswar

ପଶ୍ଚିମବଙ୍ଗ କୋଇଲା ବ୍ଲକ ଦୁର୍ନୀତି: ଡିସେମ୍ବର ୫ରେ ପୂର୍ବତନ କୋଇଲା ସଚିବଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଣି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ କୋଇଲା ବ୍ଲକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କୋଇଲା ସଚିବ ଏଚ୍‍. ସି. ଗୁପ୍ତା ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ଡିସେମ୍ବର ୫ରେ ଦଣ୍ଡାଦେଶ ଶୁଣାଣି ହେବ। ଦିଲ୍ଲୀର ଏକ କୋର୍ଟ ସୋମବାର ଏହା ପ୍ରକାଶ କରିଛନ୍ତି। ଏକ ଦଶନ୍ଧି ପୂର୍ବେ ହୋଇଥିବା ଦୁର୍ନୀତି ମାମଲାରେ ଗୁପ୍ତାଙ୍କ ସହିତ ଘରୋଇ କମ୍ପାନୀ ବିକାଶ ମେଟାଲ୍ସ ଆଣ୍ଡ ପାୱାର ଲିମିଟେଡ, ଏହାର ପରିଚାଳନା ନିର୍ଦେଶକ ବିକାଶ ପାଟନି, ଅଥରାଇଜ୍‍ଡ ସିଗ୍ନେଟୋରୀ ଆନନ୍ଦ କଲ୍ଲିକ, କୋଇଲା ମନ୍ତ୍ରାଳୟର ପୂର୍ବତନ ଯୁଗ୍ନ ସଚିବ କେ. ଏସ୍‍ କ୍ରୋଫା ଏବଂ ମନ୍ତ୍ରାଳୟର ପୁର୍ବତନ ନିର୍ଦେଶକ କେ.ସି. ସିମରିଆଙ୍କୁ କୋର୍ଟ ନଭେମ୍ବର ୩୦ରେ ଦୋଷୀ ସାବ୍ୟସ୍ତ କରିଥିଲେ। ସୋମବାର ସେମାନଙ୍କ ଦଣ୍ଡାଦେଶ ସମ୍ବନ୍ଧରେ ଶୁଣାଣି ହୋଇଥିଲା। ଦୋଷୀମାନଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ସହିତ କଡ଼ା ଜୋରିମାନ କରିବାକୁ ସ୍ୱତନ୍ତ୍ର ବିଚାରପରି ଭାରତ ପରାଶରଙ୍କୁ ସିବିଆଇ ନିବେଦନ କରିଛି; କିନ୍ତୁ ଗୁପ୍ତାଙ୍କ ବୟସ ଏବଂ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କ ପ୍ରତି କୋହଳ ମନୋଭାବ ପୋଷଣ ପୂର୍ବକ କମ୍‍ ଦଣ୍ଡ ଦେବାକୁ ତାଙ୍କ ଓକିଲ ନିବେଦନ କରିଛନ୍ତି। ପଶ୍ଚିମବଙ୍ଗର ମୋଇରା ଏବଂ ମଧୁଜୋରସ୍ଥିକ କୋଇଲା ବ୍ଲକକୁ ବିକାଶ ମେଟାଲ୍ସ ଆଣ୍ଡ ପାୱାର ଲିମିଟେଡ୍‍କୁ ବେଆଇନ ଭାବେ ଆଣ୍ଟନ କରିବା ନେଇ ୨୦୧୭ ଡିସେମ୍ବରରେ ସିବିଆଇ ଏଫ୍‍ଆଇଆର୍‍ ରୁଜୁ କରିଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories