www.samajalive.in
Sunday, December 7, 2025
14.1 C
Bhubaneswar

ଭେଣ୍ଡି ଖାଇବାର ଲାଭ

ଅନେକ ଲୋକଙ୍କୁ ଭେଣ୍ଡି ଖାଇବା ବେଶ ପସନ୍ଦ। ଭେଣ୍ଡିରେ ଅନେକ ପ୍ରକାରର ଭେଞ୍ଜନ ପ୍ରସ୍ତୁତ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହେବା ସହ ଅନେକ ପୋଷକ ତତ୍ତ୍ୱରେ ଭରପୁର। ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି ସର୍ବୋତ୍ତମ । ଅଧ୍ୟୟନରୁ ଜଣାପଡିଛି ଭେଣ୍ଡିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଏ, କେ, ସି ଏବଂ ବି ୬ ରହିଛି। ଏହା ଭିଟାମିନ-ସିର ମଧ୍ୟ ଏକ ଉତ୍ତମ ସ୍ରୋତ।
ଏଥିରେ ପ୍ରୋଟିନ୍ ଏବଂ ଫାଇବର ରହିଛି। ଭେଣ୍ଡି ଖାଇବାର ଉପକାରିତା ବିଷୟରେ ଜାଣନ୍ତୁ….
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ ….
ଭେଣ୍ଡି ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ସ୍ରୋତ ଭାବେ ଜଣାଶୁଣା। ଏହାସହ କର୍କଟ ଓ ସମସ୍ତ ପ୍ରକାର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ।
ହୃଦୟକୁ ମଧ୍ୟ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ।
ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଉପକାରୀ
ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି ଖାଇବା ଖୁବ ଉପକାରୀ। ଏହା ରକ୍ତରେ ଶର୍କରାର ମାତ୍ରା ହ୍ରାସ କରିଥାଏ।
ଗର୍ଭବତୀ ମହିଳାମାନଙ୍କ ପାଇଁ ଲାଭଦାୟକ
ଗର୍ଭବତୀ ମହିଳାମାନଙ୍କ ପାଇଁ ଭେଣ୍ଡି ଖୁବ ଉପକାରୀ।ଏହା ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଏବଂ ମେରୁଦଣ୍ଡ ପାଇଁ ଲାଭଦାୟକ।

ଭେଣ୍ଡିରେ ଫାଇବର୍ ପ୍ରଚୁର ପରିମାଣରେ ଥିବାରୁ ତାହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରେ । ଏହା ସହ ଭେଣ୍ଡି ନିୟମିତ ଖାଇଲେ ପାଚନ କ୍ରିୟା ଉତ୍ତମ ହେବା ସହ ଅମ୍ଳ ହେବାର ଆଶଙ୍କା ଖୁବ୍ କମ୍ ।
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ଭେଣ୍ଡି ଶରୀରକୁ ଶକ୍ତି ଯୋଗାଇବା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ାଏ । ଦୈନିକ ଆହାରରେ ଏହାକୁ ସାମିଲ କଲେ କର୍କଟ ଆକ୍ରାନ୍ତ କରିବାର ଭୟ କମ୍ ରହିଛି ।

- Advertisement -

ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକେ ମଧ୍ୟ ଭେଣ୍ଡି ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ଉଚିତ ।
ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ଭରପୂର ଭେଣ୍ଡିରେ ଭିଟାମିନ୍ ସି ଆବଶ୍ୟକ ପରିମାଣରେ ଅଛି । ଏଣୁ ପିଲା ଠାରୁ ବୟସ୍କ ପ୍ରତ୍ୟହ ଭେଣ୍ଡି ଖାଇବା ଲାଭକାରୀ ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories