ରାଜ୍ୟର ବିଦ୍ୟୁତ ଚାହିଦାର ୨୫ ପ୍ରତିଶତ ବହନ କରୁଛି ଓଏଚ୍ପିସି
ଓଡ଼ିଶା ଜଳବିଦ୍ୟୁତ ନିଗମର ଟ୍ରେନିଂ ହଷ୍ଟେଲ ଓ କମ୍ପ୍ଳେକ୍ସ ଉଦ୍ଘାଟିତ
ଭୁବନେଶ୍ୱର: ପଟିଆସ୍ଥିତ ନବନିର୍ମିତ ଓଡ଼ିଶା ଜଳ ବିଦ୍ୟୁତ ନିଗମର ଟ୍ରେନ୍ିଂ ହଷ୍ଟେଲ ଓ କମ୍ପ୍ଳେକ୍ସକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ଉଦଘାଟନ କରିଛନ୍ତି । ୩୬୬୨ ବର୍ଗକ୍ଷେତ୍ରରେ ନିର୍ମିତ ଏହି ହଷ୍ଟେଲରେ ୧୨ ଗୋଟି ଏକକ ଶଯ୍ୟା ବିଶିଷ୍ଟ ପ୍ରକୋଷ୍ଠ, ୧୨ଟି ଜଣ ରହିବା ପାଇଁ ଶଯ୍ୟା ପ୍ରକୋଷ୍ଠ, କାଫେଟେରିଆ, ବହୁମୁଖୀ ଉପଯୋଗୀ ହଲ୍, କନ୍ଫରେନ୍ସ ହଲ୍ ଓ ଅନ୍ୟାନ୍ୟ ସୁବିଧା ଉପଯୋଗୀ ଏହି ହଷ୍ଟେଲ ନିର୍ମିତ ହୋଇଛି । ପୁରାତନ ଓଏଚ୍ପିସି ଟ୍ରେନିଂ ସେଣ୍ଟର ସଂଲଗ୍ନ ଏହି ପାଞ୍ଚ ମହଲା ବିଶିଷ୍ଟ ନବନିର୍ମିତ ଟ୍ରେନିଂ ହଷ୍ଟେଲ ଓ କମ୍ପ୍ଳେକ୍ସ ତିଆରି ହୋଇଛି।
ଏହି ଅବସରରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିଃ (ଓଏଚ୍ପିସି) ରାଜ୍ୟର ବିଦ୍ୟୁତ ଚାହିଦାର ୨୫ ପ୍ରତିଶତ ବହନ କରୁଛି। ପିକ୍ ଆୱାରବେଳେ ୧୫୦୦-୧୬୦୦ ମେଗାୱାଟ୍ ବିଦ୍ୟୁତ ଓଏଚ୍ପିସି ଯୋଗାଣ କରୁଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୪୦୦ କୋଟି ଟଙ୍କା ଲାଭ ଅର୍ଜନ କରିଛି ।
ଏହି ଟ୍ରେନିଂ ହଷ୍ଟେଲ ଓ ଟ୍ରେନିଂ ସେଣ୍ଟର ଆଗାମୀ ଦିନମାନଙ୍କରେ ଓଏଚ୍ପିସିକୁ ଅଧିକ ଦକ୍ଷ, କୁଶଳୀ ଓ ଲାଭଜନକ କରିବ, ଏହା ନିଃସନ୍ଦେହ । ଟ୍ରେନିଂ ହଷ୍ଟେଲ, ଟ୍ରେନିଂ ସେଣ୍ଟର ଓ କମ୍ପ୍ଲେକ୍ସ ପରିଦର୍ଶନ କରି ମନ୍ତ୍ରୀ ଶ୍ରୀ ଦେବ ସନ୍ତୋଷ ପ୍ରକାଶ କରିଥିଲେ ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଏଚ୍ପିସିର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ ଓ ନିଗମର ବରିଷ୍ଠ ଅଧିକାରୀମାନେ ଯଥା ଅମରେଶ୍ କୁମାର, ପ୍ରବୋଧ କୁମାର ମହାନ୍ତି, ଆଶିଷ କୁମାର ମହାନ୍ତିଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
Comments are closed.