ସୁରକ୍ଷାବନ୍ଧ ଧଶିବା ଘଟଣା: କ୍ଷେତ୍ର ପରିଦର୍ଶନ କଲେ ଜଳସମ୍ପଦ ବିଭାଗ ଅଧିକାରୀ
ଆରଡି : ଯାଜପୁର ଜଳସମ୍ପଦ ବିଭାଗ ଅଧିନରେ ଥିବା ବୈତରଣୀ ନଦୀର ଆରଡି ନିକଟସ୍ଥ ବୋଡକ ଠାରୁ ମୁଆଁ ତିନିତର ନଦୀଘାଟ ପର୍ଯ୍ଯନ୍ତ ସୁରକ୍ଷାବନ୍ଧର ମୁଆଁ ଗାଁ ନିକଟରେ ଗତ ଶୁକ୍ରବାର ପ୍ରାୟ ୨ଶହ ଫୁଟ ସୁରକ୍ଷାବନ୍ଧ ନଦୀଗର୍ଭକୁ ଧସିଯିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରବିବାର ଜଳସମ୍ପଦ ବିଭାଗର ଏସଡିଓ ବିଜୟ କୁମାର ସେଠୀ, କନିଷ୍ଠଯନ୍ତ୍ରୀ କିଶୋର ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖି ଥିଲେ। ଉକ୍ତ ସ୍ଥାନରେ ବୈତରଣୀ ନଦୀରେ ଆସୁଥିବା ଜୁଆର ମାଡରେ ସୁରକ୍ଷାବନ୍ଧ କ୍ଷୟ ହେବା ସହ ବଡବଡ ଅତଡାଖଣ୍ଡ ଖସିବାରେ ଲାଗିଛି। ସେଠାରେ ସ୍ଥାୟୀ ମରାମତି ନିମନ୍ତେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ପୁନଃ ଟେଣ୍ଡର କରାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଥିଲେ।
ଏଥିସହ ଏବେ ଅସ୍ଥାୟୀ ମରାମତି ନିମନ୍ତେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଗାଁ ଲୋକଙ୍କ ସହ ଅଧିକାରୀମାନେ ଆଲୋଚନା କରିଥିଲେ । ଏଥିସହ ମୁଆଁ ଗାଁକୁ ଲାଗି ଥିବା ୩ଟି ମାହାରର କଂକ୍ରିଟ ପୋଲ ନିର୍ମାଣ କରାଯିବ ସହିତ ନଦୀକୂଳରେ ପଥର ପ୍ଯାକିଂ କରାଯିବ। ଗତ ଶୁକ୍ରବାର ଅମାବାସ୍ୟା ତିଥି ଯୋଗୁ ଧାମରା ସମୁଦ୍ରମୁହାଣ ନିକଟରୁ ଆସିଥିବା ଜୁଆରଢେଉରେ ବୈତରଣୀ ଉଛୁଳି ପଡିବା ଫଳରେ କୂଳ ଲଂଘିବା ଦ୍ବାରା ମୁଆଁ ଗାଁ ନିକଟରେ ପ୍ରାୟ ୨ଶହ ଫୁଟର ସୁରକ୍ଷାବନ୍ଧ ନଦୀକୁ ଧସିଯିବା ଫଳରେ ଆଖପାଖ ଅଞ୍ଚଳର ଚାଷୀଙ୍କ ସହ ଗାଁ ଲୋକ ଆତଙ୍କିତ ହୋଇ ପଡିଥିଲେ।
Comments are closed.