www.samajalive.in
Monday, December 15, 2025
15.1 C
Bhubaneswar

ଉପକୂଳରେ ଲଗାଣ ବର୍ଷା

ଭୁବନେଶ୍ୱର: ଉପକୂଳ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ବଙ୍ଗୋପସାଗରରୁ ମେଘଖଣ୍ଡ ଗୁଡିକ ଉପକୂଳ ମୁହାଁ ହେବାରୁ କିଛି ଜିଲାରେ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ବର ଓ କଟକ ସମେତ ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେବା ଦ୍ବାରା ତଳିଆ ଅଞ୍ଚଳରେ ପାଣି ଜମିଛି। ଲଘୁଚାପ ଓଡ଼ିଶା ଉପକୂଳରୁ ଆଜି ଦୂରେଇ ଉତ୍ତର ଛତିଶଗଡ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ସହ ଉତ୍ତର-ପୂର୍ବ ମଧ୍ୟପ୍ରଦେଶରେ ସକ୍ରିୟ ରହିଛି। କିନ୍ତୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳର ୪.୫ କିମି ଉଚ୍ଚରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

ଏହାର ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ୮ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

- Advertisement -

ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲାର ପୋଲସରାରେ ସର୍ବାଧିକ ୧୩୦.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କେନ୍ଦ୍ରାପଡାରେ ୯୪.୨ ମିମି ହୋଇଛି। ଆଜି ଅପରାହ୍ଣ ସାଢେ ୫ଟା ସୁଦ୍ଧା ଭଦ୍ରକରେ ସର୍ବାଧିକ ବର୍ଷା ୬୭ ମିମି, ଯାଜପୁର ୩୯ ମିମି, ଖୋର୍ଦ୍ଧା ୩୩ ମିମି, ବଲାଙ୍ଗୀର ୨୨ ମିମି, ପୁରୀ ୨୩ ମିମି, ଭୁବନେଶ୍ବର ୧୫.୬ ମିମି, ଚାନ୍ଦବାଲି ୨୨.୨ ମିମି ରେକର୍ଡ ହୋଇଛି। କଟକ, ପାରାଦ୍ବୀପ, ଗୋପାଳପୁର, ଅନୁଗୋଳ, ବାରିପଦା, କେନ୍ଦୁଝର, ଦାରିଙ୍ଗବାଡି, ନୟାଗଡ, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲାର କିଛି ଅଞ୍ଚଳରେ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର ଏବଂ ବରଗଡ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୯ ଏବଂ ୧୩ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଥମ ଲଘୁଚାପ ପ୍ରଭାବରେ ୮ରୁ ୧୦ ତାରିଖ ସାରା ରାଜ୍ୟରେ ବର୍ଷା ହେବ। ଉତ୍ତର ଓଡ଼ିଶାରେ ପ୍ରଭାବ କମ୍‌ ରହିପାରେ। ଦ୍ବିତୀୟ ଲଘୁଚାପ ବର୍ଷା ୧୩ ରୁ ୧୫ ତାରିଖ ମଧ୍ୟରେ ହେବା ଆଶଙ୍କା ରହିଛି। ସମ୍ଭାବ୍ୟ ଲଘୁଚାପ ଦ୍ବାରା କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡା ଏବଂ ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ୧୦ ଏବଂ ୧୪ ତାରିଖରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ୧୮୦ ମିମି, ଉତ୍ତର ଓଡ଼ିଶାର କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାରେ ୮୦ ମିମି ଏବଂ ଭୁବନେଶ୍ବର ସମେତ ବାକି ଜିଲାରେ ୧୩୦ ମିମି ବର୍ଷା ହେବାର ସମ୍ଭାବନା ରହିଛି। ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି)ର ନିର୍ଦେଶକ ଶରତଚନ୍ଦ୍ର ସାହୁ କହିଛନ୍ତି, ୮ରେ ଗୋଟିଏ ଲଘୁଚାପ ଏବଂ ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଦ୍ବିତୀୟ ଲଘୁଚାପ ୧୩ ବେଳକୁ ଗଭୀର ଅବପାତ ରୂପ ନେବା ଦ୍ବାରା ବିଭିନ୍ନ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories