www.samajalive.in
Sunday, December 7, 2025
18.1 C
Bhubaneswar

ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ କୃଷ୍ଣପ୍ରସାଦରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ଶାଖା

ଭୁବନେଶ୍ୱର: ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍‌ର ଚିଲିକା ଦ୍ୱୀପାଞ୍ଚଳ ମଧ୍ୟରେ ଥିବା ନୂଆପଡ଼ା ସେବା ସମବାୟ ସମିତି, ବଡ଼ଝାଡ଼ ସେବା ସମବାୟ ସମିତି, ଅଲଣ୍ଡା ସେବା ସମବାୟ ସମିତି ଓ ତିତିପ ସେବା ସମବାୟ ସମିତି ପ୍ରମୁଖ ୪ଟି ସୋସାଇଟି ଅନ୍ତର୍ଗତ ସମସ୍ତ ଚାଷୀ ଓ ଉପଭୋକ୍ତାଙ୍କ ଦୀର୍ଘଦିନର ଦାବି ଓ ସମ୍ମୁଖୀନ ହେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ରାଜ୍ୟ ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚିଲିକା ଦ୍ୱୀପାଞ୍ଚଳ ମଧ୍ୟରେ ଥିବା ୪ଟି ସୋସାଇଟିର ହିତାଧିକାରୀମାନଙ୍କ ପାଇଁ କୃଷ୍ଣପ୍ରସାଦ (ଦ୍ୱୀପାଞ୍ଚଳ) ମଧ୍ୟରେ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ଏକ ସ୍ୱତନ୍ତ୍ର ଶାଖା ପ୍ରତିଷ୍ଠା କରିବା ସହିତ ଚଳିତ ବର୍ଷ କ୍ଷତିଗ୍ରସ୍ତ ଚାଷୀମାନେ କିଭଳି ଭାବେ ସେମାନଙ୍କ ବୀମା ଦାବି ସଠିକ୍‌ ଭାବେ ପାଇପାରିବେ ତା’ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି ।

 

- Advertisement -

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ବୈଠକରେ ଯୋଗଦେଇ କୃଷ୍ଣପ୍ରସାଦ ଦ୍ୱୀପାଞ୍ଚଳରେ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ଏକ ସଂପ୍ରସାରିତ (ଏକ୍ସଟେନସନ) କାଉଣ୍ଟର କାର୍ଯ୍ୟକ୍ଷମ କରିବା ସହିତ ଏହି ୪ଟି ସୋସାଇଟି ଅନ୍ତର୍ଗତ ସମସ୍ତ ହିତାଧିକାରୀ ଓ ଚାଷୀ ଭବିଷ୍ୟତରେ ଯେଭଳି କୌଣସି ସମସ୍ୟାରେ ସମ୍ମୁଖୀନ ନହେବେ ସେଥିପ୍ରତି ପଦକ୍ଷେପ ନେବାକୁ ରାଜ୍ୟ ସମବାୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ତୁରନ୍ତ ଏ ସଂପର୍କରେ ସରକାରୀ ନିଷ୍ପତ୍ତି ନେବା ପାଇଁ ନିଜର ମତ ରଖିଥିଲେ । ଏହି ବୈଠକରେ ଭୁବନେଶ୍ୱର ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ସଚିବ, ପୁରୀ ଜିଲ୍ଲା ପ୍ରଶାସନ ତଥା ସମବାୟ ବିଭାଗର ବରିଷ୍ଠ ଅଧିକାରୀ ଓ ୪ଟି ସୋସାଇଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories