www.samajalive.in
Sunday, December 7, 2025
14.1 C
Bhubaneswar

ବାତ୍ୟା ‘ଦାନା’ ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ୨୩ ଓ ୨୪ତାରିଖରେ ସ୍ଥଳଭାଗ ଛୁଇଁପାରେ। ତେବେ ବାତ୍ୟା ସମୟରେ ବିଦ୍ୟୁତ ସଂଯୋଗ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଶକ୍ତି ବିଭାଗ ପ୍ରସ୍ତୁତ ଥିବା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେଭି ସିଂଦେଓ କହିଛନ୍ତି। ସମ୍ଭାବ୍ୟ କ୍ଷୟକ୍ଷତି ନେଇ ଶକ୍ତି ବିଭାଗ ପୁରା ପ୍ରସ୍ତୁତ ରହିଛି। ବାତ୍ୟା ସମୟରେ ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ବିଭାଗ ପ୍ରଭାବିତ ସମ୍ଭାବନା ରହିଛି। ବିଦ୍ୟୁତ ସଂଯୋଗ ପ୍ରଭାବିତ ହେଲେ ତୁରନ୍ତ ଯେପରି ସ୍ଥିତି ସୁଧାରି ଦିଆଯିବ ସେଥିପ୍ରତି ବିଭାଗ ସମସ୍ତ ପ୍ରସ୍ତୁତି କରିଛି। ରାସ୍ତାରେ ଗଛ ଉପୁଡି ତାର ଛିଣ୍ଡି ପଡ଼ିଥିବା ଦେଖିବାକୁ ମିଳିଲେ ତୁରନ୍ତ ଅବରୋଧ ହଟାଇ ପୁଣି ବିଜୁଳି ଯୋଗାଣ ପାଇଁ ପୁରା ପ୍ରସ୍ତୁତି କରାଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories