www.samajalive.in
Saturday, December 6, 2025
19.1 C
Bhubaneswar

‘ଆଳୁଚାଷରେ ଓଡ଼ିଶା ହେବ ଆତ୍ମନିର୍ଭର’: କନକବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର : ଆଳୁଚାଷରେ ଆତ୍ମନିର୍ଭର ହେବ ଓଡ଼ିଶା। ଏହାକୁ ଦୃଷ୍ଟିରେ ରଖି ସରକାର ଅକ୍ଟୋବର-ନଭେମ୍ବରରୁ ବିହନ ଯୋଗାଇ ଦେଇଛନ୍ତି। ପ୍ରଥମଥର ଲାଗି ୧୫,୦୨୩ ହେକ୍ଟରରେ ଆଳୁଚାଷ ହେଉଛି। ଏପର୍ଯ୍ୟନ୍ତ ୧ ଲକ୍ଷ ୨ ହଜାର ୯୬୪ କ୍ୱିଣ୍ଟାଲ ଉନ୍ନତମାନର ପ୍ରାମାଣିକ ଆଳୁ ବିହନ ଚାଷୀଙ୍କୁ ଦିଆଯାଇଛି। ଅଦ୍ୟାବଧି ୫୬୪୯ ହେକ୍ଟର ଜମିରେ ଆଳୁ ବିହନ ଲାଗିସାରିଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। କୃଷି ଭବନସ୍ଥିତ କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଳୁ ବିହନ ଯୋଗାଣ ନେଇ ସମୀକ୍ଷା କରିଛନ୍ତି। ଆଭାସିରେ ଯୋଗଦେଇଥିବା ସମସ୍ତ ଜିଲାର କୃଷି ଓ ଉଦ୍ୟାନ କୃଷି ଅଧିକାରୀଙ୍କଠାରୁ ଆବଶ୍ୟକ ପରିମାଣର ଆଳୁ ବିହନ ଯୋଗାଣ ବାବଦରେ ମନ୍ତ୍ରୀ ଅବଗତ ହୋଇଥିଲେ । ଚାଷୀମାନେ ପ୍ରାମାଣିକ ଆଳୁ ବିହନ କିଲୋଗ୍ରାମ ପିଛା ୨୦ ଟଙ୍କାରେ କିଣିବେ ଏବଂ ବିହନ ଲଗାଇବା ପରେ କିଲୋଗ୍ରାମ ପିଛା ୧୦ ଟଙ୍କା ନିଜ ଆକାଉଣ୍ଟକୁ ଫେରସ୍ତ ପାଇବେ। ଏହି ପ୍ରକ୍ରିୟାରେ କୌଣସି ପ୍ରକାର ଦୁର୍ନୀତି ଅଭିଯୋଗ ଆସିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ବିହନ ଯୋଗାଣ ନିମନ୍ତେ କେବଳ ଏନ୍‌ଏସ୍‌ସି ଅନୁବନ୍ଧିତ ଫାର୍ମ ହିଁ ଆଳୁ ବିହନ ଯୋଗାଉଛନ୍ତି। ଶୁକ୍ରବାର ସୁଦ୍ଧା ରାଜ୍ୟର ୩୦ ଜିଲାରେ ଏ ନେଇ ସମନ୍ୱୟ ବୈଠକ ହୋଇସାରିଛି। ୩୪୭୦ଟି ସଚେତନତା ବୈଠକ କରାଯାଇ ଆଳୁଚାଷର ପ୍ରଣାଳୀ ବିଷୟରେ ଅବଗତ କରାଯାଇଛି। ରାଜ୍ୟରେ ୩୦୫୮ଟି କ୍ଲଷ୍ଟର ବଛାଯାଇଛି ଯେଉଁଥିରେ ପ୍ରମୁଖ ଭାବେ ଆଳୁଚାଷ କରାଯିବ ଏବଂ ଏଥିପାଇଁ ୯୫,୮୪୧ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଉଦ୍ୟାନ କୃଷି ନିର୍ଦେଶକ ନିଖିଲ ପୱନ କଲ୍ୟାଣ, ଓଡ଼ିଶା ବିହନ ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ଉପସ୍ଥିତ ଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories