www.samajalive.in
Monday, December 8, 2025
14.1 C
Bhubaneswar

ମାଲକାନଗିରି ଜଙ୍ଗଲରୁ ଛତିଶଗଡ଼ର ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଲିସ ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରିଛି। କୋରାପୁଟ ଡିଆଇଜି ନିତିଶେଖର ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମଳନୀରେ ଏ ନେଇ ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ମାଲକାନଗିରି ଜିଲ୍ଲା ଏମ୍‌.ଭି. ୭୯ ଥାନା ଅଂଚଳରେ ଜଣେ ମହିଳା ମାଓବାଦୀ ବୁଲୁଥିବା ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସ ତରଫରୁ କୁର୍ତି ଗ୍ରାମ ନିକଟ ଜଙ୍ଗଲରେ ସର୍ଚ ଅପରେସନ ଆରମ୍ଭ ହୋଇଥିଲ।। ସେହି ସମୟରେ ଜଣେ ମହିଳା ଏଣେତେଣେ ବୁଲୁଥିବା ଦେଖି ତାଙ୍କ ଉପରେ ସନ୍ଦେହ ହୋଇ ପୋଲିସ ତାଙ୍କୁ କାବୁ କରିଥିଲା। ପଚରାଉଚରା ପରେ ସେ ଜଣେ ମାଓବାଦୀ ବୋଲି  ଜଣାପଡ଼ିଥିଲା। ତାଙ୍କ ନାଁ ଆନ୍ତି ମାଡବି ଓରଫ ଲାକେ। ସେ ଛତିଶଗଡ ବିଜାପୁର ଜିଲ୍ଲା ପୁଲହାର ଗ୍ରାମ ନିବାସୀ ବୋଲି ଜଣାପଡିଛି। ସେ ୨୦୧୭ରେ ପଶ୍ଚିମ ବସ୍ତର ମାଓବାଦୀ ସଂଘରେ ସୁକରାମଙ୍କ ଦଳରେ ସାମିଲ ହୋଇଥିଲେ। ସେ ଆନ୍ଧ୍ର, ଓଡିଶା ଓ ଛତିଶଗଡରେ ଘଟିଥିବା ବିଭିନ୍ନ ହିଂସାକାଣ୍ଡରେ ଜଡିତ ଅଛନ୍ତି। ଏଥିସହ ସେ ମାଓବାଦୀ ସଂଗଠନର ନେତା ଦୁୟଙ୍କ ଅଙ୍ଗ ରକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲ। ୨୦୨୧ରେ ମାଥିଲି ଥାନା ଅନ୍ତର୍ଗତ ତୁଳସି ଗ୍ରାମ ନିକଟ ଜଙ୍ଗଲରେ ପୋଲିସ ସହ ଗୁଳି ବିନିମୟ, ଟେମୁରୁପାଲ୍ଲୀ ପଂଚାୟତ ଦଲତଦରି ଗ୍ରାମ ନିକଟ ଜଙ୍ଗଲରେ ପୁଲିସ ସହ ଗୁଳି ବିନିମୟରେ ସାମିଲ ଥିଲେ। ଏହା ସହିତ ସେ ଏକାଧିକ ମାଓବାଦୀ ହିଂସାରେ ସାମିଲ ଥିବା ସୂଚନା ଦିଆଯାଇଛି। ସରକାର ଆନ୍ତିଙ୍କ ନାମରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି ବୋଲି ଡିଆଇଜି ସୁଚନା ଦେଇଛନ୍ତି। ସାମ୍ବାଦିକ ସମ୍ମଳନୀରେ ମାଲକାନଗିରି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତପନ ନାରାୟଣ ରଥଙ୍କ ସହ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories