ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର – ବ୍ୟାପକ କନଷ୍ଟେବଳ ନିଯୁକ୍ତ କଲା ଓଡ଼ିଶା ପୁଲିସ

ଭୁବନେଶ୍ୱର: ଆସନ୍ତା ଡ଼ିସେମ୍ବରରୁ ଟ୍ରାଫିକ ନିୟମକୁ ପୁଣିଥିରେ କଡ଼ାକଡ଼ି କରାଯିବ। ଏହା ପୂର୍ବରୁ ରାଜ୍ୟରେ ଟ୍ରାଫିକ୍ ବ୍ୟବସ୍ଥାର ସୁଧାର ପାଇଁ ଓଡ଼ିଶା ପୁଲିସ ତରଫରୁ ରାଜ୍ୟର ପ୍ରମୁଖ ସହରମାନଙ୍କରେ କନଷ୍ଟେବଳ ନିଯୁକ୍ତି କରାଯାଇଛି। ଭୁବନେଶ୍ୱର, ବଲାଙ୍ଗୀର, ବାଙ୍କେଶ୍ଵର ଓ ରାଜ୍ୟର ଅନ୍ୟାନ୍ୟ ସହରେ କନେଷ୍ଟେବଳ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ସହରରେ ୨୦ ଜଣ ମହିଳା ଟ୍ରାଫିକ୍ କନଷ୍ଟେଳଙ୍କ ସମେତ ୮୦ ଜଣ ଟ୍ରାଫିକ କନଷ୍ଟେବଳଙ୍କୁ ସାମିଲ କରିବା ସହ ବାରିପଦା ଭଳି ଛୋଟ ସହରରେ ମଧ୍ୟ ୪୦ନୂଆ କନଷ୍ଟେବଳଙ୍କୁ ସାମିଲ କରାଯାଇଥିବା ପୁଲିସ ଡ଼ିଜି ବିଜୟ କୁମାର ଶର୍ମା କହିଛନ୍ତି।

prayash

ଟ୍ରାଫିକ୍‍ ନିୟମ କଡ଼ାକଡ଼ି ଓ ଜରିମାନା ବୃଦ୍ଧି ପରେ ରାଜଧାନୀରେ ଗାଡ଼ି ଚାଳକମାନଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଯାଇଥିଲା। ନିୟମରେ ଟିକିଏ ବି ଖିଲାପ୍‍ କଲେ ଲୋକେ ହଜାର ହଜାର ଟଙ୍କାର ଜରିମାନା ଗଣୁଥିଲେ। ଟ୍ରାଫିକ୍ ନିୟମରେ ହଠାତ୍ ଏଭଳି କଟକଣା ଲାଗୁ କରିବାକୁ ସାଧାରଣ ଲୋକେ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର ୯ରେ ଗାଡ଼ି ଚାଳକମାନଙ୍କୁ ତିନି ମାସ ସମୟ ଦେଇଥିଲେ। ତିନି ମାସ ମଧ୍ୟରେ ଗାଡ଼ିର କାଗଜ ପତ୍ର ପ୍ରସ୍ତୁତି କରିବାପାଇଁ ସେ ପରାମର୍ଶ ଦେଇଥିଲେ।

kalyan agarbati

Comments are closed.